କଙ୍ଗନାଙ୍କ ସୁରକ୍ଷାରେ ମହିଳା ଆୟୋଗ : ଧମକ ଦେଇଥିବା ବିଧାୟକଙ୍କ ଗିରଫ ଦାବି

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସୁରକ୍ଷା ପାଇଁ ଜାତୀୟ ମହିଳା ଆୟୋଗ ଆଗକୁ ଆସିଛି। ଆୟୋଗର ଅଧ୍ୟକ୍ଷା ରେଖା ଶର୍ମା କହିଛନ୍ତି କଙ୍ଗନାଙ୍କୁ ଧମକ ଦେଇଥିବା ବିଧାୟକ ପ୍ରଦୀପ ସରନାଇକଙ୍କୁ ଗିରଫ କରାଯାଉ। ରେଖା ଟ୍ଵିଟ୍ କରି କହିଛନ୍ତି ‘ମୁମ୍ବାଇ ପୋଲିସ ଆୟୋଗ ତାଙ୍କୁ (ବିଧାୟକ) ତତ୍କାଳ ଗିରଫ କରିବା ଦରକାର।’ ପ୍ରଦୀପଙ୍କ ବିରୋଧରେ ଆଇନଗତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ୍ ଆୟୋଗକୁ ଖୁବ୍ ଶୀଘ୍ର ସୂଚନା ପ୍ରଦାନ କରନ୍ତୁ ବୋଲି ରେଖା କହିଛନ୍ତି।

ସୂଚନାଯୋଗ୍ୟ କଙ୍ଗନା ନିକଟରେ ଟ୍ଵିଟରେ କହିଥିଲେ ମୁମ୍ବାଇ, ପାକିସ୍ତାନ ଅଧିକୃତ କଶ୍ମୀର ପରି କାହିଁକି ଲାଗୁଛି। ଏହି ଟ୍ଵିଟକୁ ସେ ସେପ୍ଟେମ୍ବର ପହିଲାରେ ଗୋଟିଏ ମିଡିଆ ରିପୋର୍ଟକୁ ଟ୍ୟାଗ୍ କରିଥିଲେ। ଏହା ଉପରେ ପ୍ରତିକ୍ରିୟା ରଖି ଶିବସେନାର ସଂଜୟ ରାୱତ କହିଥିଲେ ଯଦି ସେ ମୁମ୍ବାଇ ପୋଲିସକୁ ଏତେ ଡରୁଛନ୍ତି ତା’ହେଲେ ମୁମ୍ବାଇ ଆସବିା ଦରକାର ନାହିଁ। ଏଭଳି ବୟାନ ପରେ ସଂଜୟ ଓ ଶିବସେନାର ଅନ୍ୟ ନେତାଙ୍କୁ ସମାଲୋଚନା କରାଯାଉଛି। ତେବେ ବିଧାୟକ ସରନାଇକ ଟ୍ଵିଟ୍ କରି କହିଥିଲେ ମୁମ୍ବାଇକୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ) ସହ ତୁଳନା କରୁଥିବାରୁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହେବା ଦରକାର। ସେ କହିଛନ୍ତି ସଂଜୟ ରାୱତ ଭଦ୍ରାମି ତଥା ନମ୍ରତାର ସହ କଙ୍ଗନାଙ୍କୁ ସଚେତନ କରାଇଥିଲେ। ଏଠାକୁ ଆସିଥିଲେ ଆମର ସାହସୀ ମହିଳା ତାଙ୍କୁ ମାଡ ମାରି ଛାଡ଼ିଥାନ୍ତେ।

ମତାମତ ଦିଅନ୍ତୁ ।