କଙ୍ଗନାଙ୍କୁ କ୍ଷମା ମାଗିଲେ ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଚତୁର୍ଥଥର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ରିଲିଜ ହୋଇଛି ତାଙ୍କ ଫିଲ୍ମ ‘ଥଲାଇବି’ର ଟ୍ରେଲର। ଏହାକୁ ଟ୍ରେଲର ଦେଖି ଫିଲ୍ମ ନିର୍ମାତା ରାମଗୋପାଳ ବର୍ମା ତାଙ୍କୁ ପ୍ରଶଂସା କରିବ ସହିତ କ୍ଷମା ମଧ୍ୟ ମାଗିଛନ୍ତି। ସେ କହିଛନ୍ତି ଦୁନିଆରେ ତାଙ୍କ ଭଳି ବହୁମୁଖୀ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ନାହାନ୍ତି।
ରାମଗୋପାଳ ବର୍ମା ଟ୍ୱିଟ କରିଛନ୍ତି ‘କଙ୍ଗନା…ମୁଁ କିଛି କଥାରେ ଓ କିଛି ମତାମତକୁ ନେଇ ଆପଣଙ୍କ ସହ ଅସହମତ କିନ୍ତୁ ଆପଣଙ୍କୁ ସଲାମ କରୁଛି। ସୁପର ଡୁପର ଥଲାଇବି ପାଇଁ…ଫିଲ୍ମର ଟ୍ରେଲର ଜୋରଦାର ହୋଇଛି। ଜୟଲଳିତା ସ୍ୱର୍ଗରେ ଥାଇ ଏହାକୁ ଦେଖି ରୋମାଞ୍ଚିତ ହୋଇଯାଇଥିବେ।
ସେ ଲେଖିଛନ୍ତି କଙ୍ଗନା ଯାହା ମତାମତ ରଖନ୍ତି ତାଙ୍କୁ କଡା ପ୍ରତିକ୍ରିୟା ମିଳିଥାଏ। ମୋତେ ଲାଗୁଥିଲା ଆପଣ ନିଜକୁ ବଲିଉଡର ମହାନ ହସ୍ତୀଙ୍କ ସହ ତୁଳନା କରି ବହୁତ ବଢ଼େଇ ଚଢେଇ କହିଛନ୍ତି। କିନ୍ତୁ ଏବେ ମୁଁ ସେଥିପାଇଁ କ୍ଷମା ମାଗିବାକୁ ଚାହୁଁଛି। ମୁଁ ଶହେ ପ୍ରତିଶତ ସହମତ ଦୁନିଆରେ ଆପଣଙ୍କ ଭଳି ବହୁମୁଖୀ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ନାହାନ୍ତି।
ରାମଗୋପାଳ ବର୍ମାଙ୍କ ଟ୍ୱିଟ ପରେ କଙ୍ଗନା ଜବାବ ରଖିଛନ୍ତି। ସେ କହିଛନ୍ତି ସାର…ମୁଁ ଆପଣଙ୍କ କଥାରେ ସହମତ…ମୋତେ ଆପଣ ବହୁତ ପସନ୍ଦ ଏବଂ ମୁଁ ସବୁବେଳେ ଆପଣଙ୍କ ପ୍ରଶଂସା କରେ। ଅହଙ୍କାର ଭରା ଏହି ଦୁନିଆରେ ଲୋକଙ୍କ ଗର୍ବ ଓ ଇଗୋ ବହୁତ ଶୀଘ୍ର ଆହତ ହୋଇଯାଇଥାଏ। କିନ୍ତୁ ଆପଣ କୌଣସି କଥାକୁ ଗମ୍ଭୀରତାର ସହ ନିଅନ୍ତିନି। ଏପରିକି ଆପଣ ନିଜକୁ ଗମ୍ଭୀରତାର ସହ ନିଅନ୍ତିନି। ଏଥିପାଇଁ ମୁଁ ଆପଣଙ୍କୁ ପ୍ରଶଂସା କରେ…ମୋ ପ୍ରଶଂସା କରିଥିବାରୁ ଧନ୍ୟବାଦ।