କଂଗ୍ରେସର ନେୃତ୍ୱତ୍ୱକୁ ନେଇ ପ୍ରଶ୍ନ ଉଠାଇଲେ ଜୟରାମ

ନୂଆଦିଲ୍ଲୀ : ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଏଭଳି ନେତୃତ୍ୱ ହେଲେ ଆଗାମୀ ଦିନରେ ଦଳ ମଜବୁତ ହୋଇପାରିବନି। ପୂର୍ବରୁ ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ନେତୃତ୍ୱାଧୀନ ୨୩ ନେତା ଏପରି ମତ ଦେଇଥିଲେ।

ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଜୟରାମ ରମେଶ କହିଛନ୍ତି ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଛି। ଏବେ ଘରକୁ ମଜବୁତ କରିବାକୁ ହେବ। ଏଥିପାଇଁ ଘରର ମୁରବି ତଥା ଦଳର ମୁଖିଆ ଠିକ୍ କରିବାକୁ ହେବ। କୌଣସି ଗୋଟିଏ ନେତାର ପ୍ରଭାବରେ ଦଳ ଆଗକୁ ବଢ଼ି ପାରିବ ନାହିଁ ବରଂ ଗୋଟିଏ ଟିମ୍ ଓ୍ୱାର୍କରେ ଆଗକୁ ବଢ଼ିବାକୁ ହେବ। ଆସନ୍ତା ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ଏକାନ୍ତ ଆବଶ୍ୟକ।

କଂଗ୍ରେସ ଛାଡ଼ି ବିଜେପି ଯାଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଜିତିନ ପ୍ରସାଦଙ୍କ ଉପରେ ସେ କହିଛନ୍ତି ଦଳ ଛାଡ଼ିଥିବା ଯୁବକମାନେ ଜନ୍ମରୁ ଅନେକ ଅଧିକାର ପାଇଛନ୍ତି। ସେ ଦଳରେ ମଧ୍ୟ ଭଲ ପଦବୀ ପାଇଥିଲେ। ଯଦିଓ ସେମାନେ ଦଳ ଛାଡ଼ିଥିଲେ ହେଁ ହଜାର ହଜାର କଂଗ୍ରେସ କର୍ମୀ ଏବେ ଆମ ସହିତ ରହିଛନ୍ତି। ତେବେ ସଚିନ ପାଇଲଟ ଜଣେ ଭଲ ନେତା। ଦଳରେ ତାଙ୍କର ଭବିଷ୍ୟତ ରହିଛି। ସେ ଦଳ ପାଇଁ ବଡ଼ ସମ୍ପତ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.