Breaking Newsଦେଶ-ବିଦେଶ

କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ : ୧୫ ବର୍ଷ ବୟସରେ ଝିଅ ଛୁଆ ଜନ୍ମ କରିପାରନ୍ତି

ଇନ୍ଦୋର : ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜନ ସିଂ ବର୍ମା ବିବାଦୀୟ ବିବୃତ୍ତି ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଝିଅମାନଙ୍କର ବିବାହ ବୟସକୁ ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି କରିବା ପ୍ରସଙ୍ଗରେ ସଜନ ସିଂ କହିଛନ୍ତି ଝିଅମାନେ ୧୫ ବର୍ଷ ବୟସରେ ଶିଶୁ ଜନ୍ମ କରିପାରନ୍ତି। ତେଣୁ ବିବାହ ବୟସକୁ ୨୧ ବର୍ଷକୁ ବୃଦ୍ଧି କରିବାର ଆବଶ୍ୟକତା କ’ଣ ? ଯେତେବେଳେ ଝିଅମାନଙ୍କର ବିବାହ ବୟସ ୧୮ ବର୍ଷ ହୋଇସାରିଛି ଏଥିରେ ପରିବର୍ତ୍ତନର ଆବଶ୍ୟକତା କ’ଣ ?

ସୋସିଆଲ ମିଡିଆରେ ଵର୍ମାଙ୍କ ବିବୃତ୍ତି ଭାଇରାଲ ହେବାରେ ଲାଗିଛି। କିନ୍ତୁ ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ କାର୍ଯ୍ୟକ୍ରମରେ ଝିଅମାନଙ୍କର ବିବାହ ବୟସକୁ ନେଇ ବିତର୍କର ଆବଶ୍ୟକତା ଥିବା କହିଥିଲେ। ସେ କହିଥିଲେ ଝିଅମାନଙ୍କୁ ୧୮ ବର୍ଷରେ ବିବାହ କରାଯିବା ଉଚିତ କିମ୍ବା ୨୧ ବର୍ଷକୁ ବୃଦ୍ଧି କରାଯିବା ଉଚିତ। ଏନେଇ ଅନେକ ଥର ମୁଁ ଅନୁଭବ କରେ ସମାଜରେ ଏକ ବିତର୍କ ହେବା ଆବଶ୍ୟକ।

ମତାମତ ଦିଅନ୍ତୁ ।

Back to top button