କାନ୍ଥପଡି ମା’ ମୃତ, ଝିଅ ଗୁରୁତର

ବାରିପଦା : ଲଗାଣ ବର୍ଷାରେ ଭୁଶୁଡିବାରୁ ମା’ର ମୃତ୍ୟୁ ହୋଇଛି। ଝିଅ ଅବସ୍ଥା ଗୁରୁତର। ଏହି ଅଘଟଣ ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ମହୁଳିଆଶୁଳି ଗାଁ;ରେ ଘଟିଛି।

ଖବର ଅନୁଯାୟୀ ଲଗାଣ ବର୍ଷାରେ ଆଜି ଭୋର ସମୟରେ ଘର କାନ୍ଥ ପଡିଯିବାରୁ ନନ୍ଦିନୀ ମୁଣ୍ଡାର ମୃତ୍ୟୁ ହୋଇଛି। ଝିଅଙ୍କୁ ଗୁରୁତର ଅବସ୍ଥାରେ କରଞ୍ଜିଆ ମେଡିକାଲରେ ପରେ କେନ୍ଦୁଝର ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏହାଛଡା ମୟୁରଭଞ୍ଜ ଜିଲ୍ଲା ଶ୍ରୁକୁଳି ବ୍ଲକ ଖିଚିଂ ଗାଁ’ରେ ବଜ୍ରାଘାତ ଯୋଗୁ ତାପେଶ୍ୱର ନାଏକଙ୍କର ମୃତ୍ୟୁ ହୋଇଛି। ନିକଟସ୍ଥ କଣ୍ଟାଖଇରୀ ନଈକୁ ଗାଡି ଧୋଇବା ପାଇଁ ଯାଇଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।