କନ୍ୟା ୧୩କୁ ବରର ବୟସ ୪୮

ଫିଲିପାଇନ୍ସ : ଫିଲିପାଇନ୍ସରେ ବାଲ୍ୟବିବାହ। ୧୩ ବର୍ଷ ନାବାଳିକାକୁ ବିବାହ କରିବାକୁ ଯାଉଛନ୍ତି ଜଣେ ୪୮ ବର୍ଷିୟ ବ୍ୟକ୍ତି। ଅବଦୁଲ୍ଲଜକ ଅମ୍ପାଟୁଆନ ନାମକ ଏହି ବ୍ୟକ୍ତିଙ୍କର ନାବାଳିକା ଅସନାଇରା ପାମାନସାଙ୍ଗ ମୂଗାଲିଙ୍ଗ ହେବେ ୫ମ ପତ୍ନୀ।

ଏପରି ଘଟଣା ଟିକେ ଅଡୁଆ ଲାଗୁଥିଲେ ହେଁ ଏହି ବିବାହରେ ନାବାଳିକା ଅସନାଇରା ଖୁସିଥିବା କହିଛନ୍ତି। ତାଙ୍କ କହିବା କଥା ହେଲା ସେ ଅବଦୁଲ୍ଲଜକକୁ ଡରନ୍ତି ନାହିଁ। ତାଙ୍କୁ ବିବାହ କଲେ କୌଣସି ଅସୁବିଧା ନାହିଁ। ସେ ଖାଇବା ତିଆରି ଶିଖୁଛନ୍ତି। ତାଙ୍କ ସ୍ଵାମୀଙ୍କୁ ଖୁସି ରଖିବାକୁ ଚାହାନ୍ତି। ବାହାଘର ପରେ ଉଭୟେ ସାଥିରେ ରହିବାକୁ ଗୋଟିଏ ଘର ତିଆରି କରିଛନ୍ତି।

ଅବଦୁଲ୍ଲଜକ ଅମ୍ପାଟୁଆନ ଜଣେ କୃଷକ। ଅସନାଇରା ଘର କାମ କରିବା ସହିତ ଅବଦୁଲ୍ଲଜକଙ୍କ ପିଲାମାନଙ୍କର (ଯେଉଁମାନେ ତାଙ୍କ ବଯସର) ଯତ୍ନ ନେଉଛନ୍ତି। ଅବଦୁଲ୍ଲଜକ କହିଛନ୍ତି ଏହି ବିବାହ ଓ ତାଙ୍କ ପିଲାମାନଙ୍କ ଦାୟିତ୍ଵ ନେଉଥିବାରୁ ସେ ବହୁତ ଖୁସି ଅଛନ୍ତି। ଅସନାଇରାଙ୍କୁ ଯେତେବେଳେ ୨୦ ବର୍ଷ ହୋଇଯିବ ସେମାନେ ପିଲା ଜନ୍ମ କରିବାକୁ ଯୋଜନା କରିବେ। ଏବେ ଅସନାଇରାଙ୍କ ପାଠପଢା ଓ ସ୍କୁଲ ଖର୍ଚ୍ଚ ସେ ବହନ କରିବେ।

ଅନ୍ୟପକ୍ଷରେ ଫିଲିପାଇନ୍ସର ନିୟମ ଭିନ୍ନ। କିଛି ମୁସଲିମ ଅଞ୍ଚଳରେ ଶାରିଆ ନିୟମକୁ ଆଧାର କରି ନାବାଳିକାଙ୍କ ଯୌବନ ଆରମ୍ଭରୁ ବିବାହକୁ ଅନୁମତି ଦିଆଯାଇଛି। ୟୁନିସେଫ୍ ଆକଳନ ଅନୁଯାୟୀ ଫିଲିପାଇନ୍ସରେ ୭ ଲକ୍ଷ ୨୬ ହଜାର ବାଲ୍ୟ ବର ଅଛନ୍ତି। ଯାହାକି ବିଶ୍ଵର ୧୨ ପ୍ରତିଶତ। ଆହୁରି ଜଣାପଡିଛି ଫିଲିପାଇନ୍ସରେ ବିବାହ କରୁଥିବା ପ୍ରାୟ ୧୫ ପ୍ରତିଶତ ନାବାଳିକାଙ୍କର ବୟସ ୧୮ ବର୍ଷରୁ କମ। ଏ ମଧ୍ୟରୁ ଦୁଇ ପ୍ରତିଶତଙ୍କ ବୟସ ୧୫ ବର୍ଷରୁ କମ ରହିଛି।

ମତାମତ ଦିଅନ୍ତୁ ।