କାର୍‌-ବସ୍ ଧକ୍କା: ୫ ମୃତ, ୧୮ ଆହତ

ଆଗ୍ରା : ଉତ୍ତର ପ୍ରଦେଶର ଲକ୍ଷ୍ନୌ-ଆଗ୍ରା ଏସ୍କପ୍ରେସ୍‌ୱେରେ ଆଜି ଭୋର ସମୟରେ ଘଟିଛି ଦୁର୍ଘଟଣା। ଏକ କାରକୁ ବସ୍‌ ଧକ୍କାଦେଇ ବସ ଓଲଟି ପଡିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ୧୮ ଜଣ ଆହତ ହୋଇଛନ୍ତି। ପୋଲିସ୍ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବସ୍‌ଟି ବିହାରର ଦରଭଙ୍ଗାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିଛନ୍ତି ବସ୍‌ଟି କାର୍‌କୁ ଧକ୍କା ଦେବାପରେ ଦୁଇଟି ଯାକ ଗାଡ଼ି ରାସ୍ତା ତଳକୁ ଖସି ଯାଇଥିଲେ ହେଁ ବସ୍‌ଟି ଓଲିଟି ପଡ଼ିଥିଲା।

ମତାମତ ଦିଅନ୍ତୁ ।