କାରରୁ ଗଞ୍ଜେଇ ଜବତ ୪ ଗିରଫ

କନ୍ଧମାଳ : ଖଜୁରିପଡା ଥାନା ପୋଲିସ ଏକ ମାରୁତୀ କାରରୁ ୧୨ କିଲୋ ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି।

ଖବର ଅନୁଆଯାୟୀ ଆଜି ଭୋର ପ୍ରାୟ ୫ଟା ବେଳେ ଖଜୁରିପଡା ଥାନା ଏସ୍‍.ଆଇ ବିକାଶ କୁମାର ମଲିକଙ୍କ ନେତୃତ୍ୱରେ ପେଟ୍ରୋଲିଂ ଚାଲିଥିବା ବେଳେ ଏକ ମାରୁତି ଅଲୋଟ କାରକୁ ଖଜୁରିପଡାଠାରେ ଯାଞ୍ଚ କରଯାଇଥିଲା। ସେଥିରୁ ମିଳିଥିଲା ଗୋଟିଏ ବସ୍ତାରେ ୧୨ କିଲୋ ଗଞ୍ଜେଇ। ପୋଲିସ କାର ଓ ଗଞ୍ଜେଇକୁ ଜବତ କରିବା ସହିତ ଖୋର୍ଦ୍ଧା ଜିଲ୍ଲାର ସନ୍ତୋଷ କୁମାର ରାଉତ, ସଞ୍ଜୟକୁମାର ମହାରଣା, ଚିତରଞ୍ଜନ ସାହୁ ଓ ସୁଧାକର ମହାରଣାଙ୍କୁ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।