Breaking Newsଦେଶ-ବିଦେଶ

କର୍ଣ୍ଣାଟକ ଓ କେରଳରେ ଲୁଚିଛନ୍ତି ୨୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଦକ୍ଷିଣ ଭାରତର କେରଳ ଓ କର୍ଣ୍ଣାଟକରେ ଆଇଏସ ଓ ଅଲକାଇଦା ପ୍ରାୟ ୧୫୦ରୁ ୨୦୦ ଆତଙ୍କବାଦୀ ଲୁଚି ରହିଛନ୍ତି। ଜାତିସଂଘ ରିପୋର୍ଟରେ ଏହା କୁହାଯାଇଛି।

ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଭାରତୀୟ ଉପ ମହାଦେଶରେ ଅଲକାଇଦା (ଏକ୍ୟୁଆଇଏସ) ସଂଗଠନରେ ଭାରତ, ପାକିସ୍ତାନ, ବାଂଲାଦେଶ, ମିଆଁମାରର ପ୍ରାୟ ୧୫୦ରୁ ୨୦୦ ଆତଙ୍କବାଦୀ ରହିଛନ୍ତି। ସେମାନେ ଏସବୁ ଦେଶରେ ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଆଫଗାନିସ୍ତାନର କାନ୍ଦାହାର ରାଜ୍ୟ ସ୍ଥିତ ନିମରୁଜରୁ ଏହି ସଂଗଠନ ପରିଚାଳନା କରାଯାଉଥିବା ବେଳେ ଏହାର ମୁଖ୍ୟ ହେଉଛି ଓସାମା ମେହମୁଦ। କୁଖ୍ୟାତ ଆତଙ୍କବାଦୀ ଅସିମ କମରର ମୃତ୍ୟୁପରେ ସେ କମାଣ୍ଡର ନିଯୁକ୍ତ ହୋଇଛି।

ସେହିପରି ଭାରତରେ ଆଇଏସର ଶାଖା କୁହାଯାଉଥିବା ହିନ୍ଦ ଓ୍ଵିଲାୟାର ପ୍ରାୟ ୧୮୦ରୁ ୨୦୦ ଆତଙ୍କବାଦୀଙ୍କ ମଧ୍ୟରୁ ଅଧିକାଂଶ କେରଳ ଓ କର୍ଣ୍ଣାଟକ ରହିଛନ୍ତି। ଗତବର୍ଷ ଆଇଏସ ପକ୍ଷରୁ ଭାରତୀୟ ଶାଖା ଖୋଲାଯିବା ସଂପର୍କରେ ଘୋଷଣା କରାଯାଇଥିଲା। କଶ୍ମୀରରେ ଭାରତୀୟ ସେନାଙ୍କ କାର୍ଯ୍ୟାନୁଷ୍ଠାନର ବିରୋଧ କରି ସଂଗ୍ରାମ କରିବାକୁ ଏହି ସଂଗଠନ କାମ କରିବ ବୋଲି କୁହାଯାଇଥିଲା। ଏହି ଶାଖାର ନାଁ ହିନ୍ଦ ଓ୍ଵିଲାୟା ବୋଲି ଘୋଷଣା କରାଯାଇଥିଲେ ହେଁ ଜମ୍ମୁ ଓ କଶ୍ମୀର ପୋଲିସ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲା।

ମତାମତ ଦିଅନ୍ତୁ ।

Back to top button