କରୋନା ଦ୍ୱିତୀୟ ଲହର ପାଇଁ କେନ୍ଦ୍ରଙ୍କୁ ଦାୟୀ କଲେ ରାହୁଲ୍‌

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବିଫଳ ନୀତି ଯୋଗୁଁ ସମଗ୍ର ଦେଶରେ କୋଭିଡ୍‌-୧୯ର ଦ୍ୱିତୀୟ ଲହର ଆସିଛି। ସେଥିପାଇଁ ପ୍ରବାସୀ ଶ୍ରମିକମାନେ ପୁଣି ଥରେ ଘର ବାହୁଡ଼ା ଆରମ୍ଭ କରିବାକୁ ବାଧ୍ୟ ହେଉଛନ୍ତି। ଏହି ଅଭିଯୋଗ ଆଣିଛନ୍ତି କଂଗ୍ରେସର ବରିଷ୍ଠ ନେତା ରାହୁଲ୍‌ ଗାନ୍ଧୀ।

ଶୁକ୍ରବାର ରାହୁଲ୍‌ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ସେ କହିଥିଲେ ଦେଶରେ ଟିକା ନିଅଣ୍ଟ ହେଉଥିବା ବେଳେ ରପ୍ତାନି ପାଇଁ କାହିଁକି ସରକାର ଅନୁମତି ଦେଉଛନ୍ତି। ଆଜି ଟୁଇଟ୍‌ କରି ଲେଖିଛନ୍ତି କେନ୍ଦ୍ର ସରକାରଙ୍କ ବିଫଳ ନୀତି ଯୋଗୁଁ ଦେଶରେ କରୋନାର ଦ୍ୱିତୀୟ ଲହର ଘଟିଲା। ଯାହାଫଳରେ ପ୍ରବାସୀ ଶ୍ରମିକମାନେ ପୁଣି ଘରକୁ ବାହୁଡ଼ିଯିବାକୁ ବାଧ୍ୟ ହେଉଛନ୍ତି। ଏହାଛଡା ଟିକାକରଣ ବେଗ ବୃଦ୍ଧି ଏବଂ ସାଧାରଣ ଜନତା ଓ ଦେଶ ଅର୍ଥନୀତିର ମଙ୍ଗଳ ପାଇଁ ‘କ୍ୟାସ୍‌ ଟ୍ରାନ୍‌ଫର୍‌’ ଜରିଆରେ ସେମାନଙ୍କ ହାତକୁ ଟଙ୍କା ପଠାଇବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏଇ ଅହଙ୍କାରୀ ସରକାର ଉତ୍ତମ ପ୍ରସ୍ତାବ ପ୍ରତି ଖୁବ୍‌ ବିମୁଖ ବୋଲି ରାହୁଲ ଉଲ୍ଲେଖ କରିଛନ୍ତି।

Leave A Reply

Your email address will not be published.