କରୋନା : ଫେବୃଆରୀ ସୁଦ୍ଧା ଆକ୍ରାନ୍ତ ହୋଇପାରନ୍ତି ଅଧା ଭାରତୀୟ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଛି। କିନ୍ତୁ ସରକାର ସ୍ଥିତି ଆକଳନ ପାଇଁ ଗଠନ କରିଥିବା ଏକ କମିଟି ପକ୍ଷରୁ କୁହାଯାଇଛି ଆସନ୍ତା ଫେବୃଆରୀ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାର ପ୍ରାୟ ଅଧେ ଲୋକଙ୍କୁ କରୋନା ସଂକ୍ରମିତ କରିବ। ଏହାଦ୍ୱାରା ଦେଶରେ ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇବ।

ଦେଶରେ ଏବେ ୭୫ ଲକ୍ଷରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ସରକାରଙ୍କ ପାଖରେ ତଥ୍ୟ ରହିଛି। କିନ୍ତୁ ବିନା ପଞ୍ଜିକରଣରେ ଆହୁରି ଅନେକ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଛି। କମିଟିର ସଦସ୍ୟ ତଥା କାନପୁର ଆଇଆଇଟିର ପ୍ରଫେସର ମହିନ୍ଦ୍ର ଅଗ୍ରୱାଲ କହିଛନ୍ତି ଆମ ଗାଣିତିକ ମଡେଲ ଅନୁସାରେ ବର୍ତ୍ତମାନ ସୁଦ୍ଧା ଦେଶରେ ୩୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇ ସାରିଲେଣି। ଫେବୃଆରୀ ସୁଦ୍ଧା ୫୦ ପ୍ରତିଶତ ଦେଶର ଅଧା ଲୋକ କରୋନାରେ ଆକ୍ରାନ୍ତ ହୋଇ ସାରିଥିବେ। ଯଦି ଏହି ଆକଳନ ଠିକ୍ ରୁହେ ତା’ହେଲେ ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇବ।

ମତାମତ ଦିଅନ୍ତୁ ।