କରୋନା ନେଲା ବାପା-ମା ଓ ପୁଅର ଜୀବନ

ଦିଗପହଣ୍ଡି : କାରୋନା ନେଇଛି ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ। ଉଜାଡି ଦେଇଛି ସଂସାର। ପ୍ରଥମେ ବାପା ଓ ମା’ ଆର ପାରିକୁ ଚାଲିଗଲେ। ପରେ କରୋନାରେ ଏକମାତ୍ର ପୁଅର ଜୀବନ ଗଲା। ଏଭଳି ଦୁଃଖଦ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ଘଟିଛି।

ଖବର ଅନୁଯାୟୀ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବସଷ୍ଟାଣ୍ଡରେ ଇଲକ୍ଟ୍ରୋନିକ୍ସ ଦୋକାନ କରିଥିବା ରିଙ୍କୁ ଓରଫ ଇ.ଜିତେନ୍ଦ୍ର ପାତ୍ର। ସୋମବାର ଶୀତଳାପଲ୍ଲୀ ସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ରବିବାର ବାପା ଇ. କୃଷ୍ଣ ପାତ୍ର ଓ କିଛିଦିନ ପୂର୍ବରୁ ମା’ ଇ. ଜାନକୀ ପାତ୍ରଙ୍କର କରୋନାରେ ମୃତ୍ୟୁ ହୋଇଥିଲା। କିନ୍ତୁ ଜିତେନ୍ଦ୍ରଙ୍କ ପତ୍ନୀ ଅନୁରାଧା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ଘଟଣା ସମଗ୍ର ଅଚଳରେ ଶୋକର ଛାୟା ଖେଳାଇ ଦେଇଛି।

ମତାମତ ଦିଅନ୍ତୁ ।