କରୋନା ଔଷଧ ଫାଭିପିରାଭିର ଫେଜ୍-୩ ପରୀକ୍ଷଣ ସଫଳ

ନୂଆଦିଲ୍ଲୀ: କରୋନା ଆଣ୍ଟିଭାଇରାଲ୍ ଔଷଧ ଫାଭିପିରାଭିରର ଫେଜ୍ -୩ କ୍ଲିନିକାଲ୍ ପରୀକ୍ଷଣ ସଫଳ ହୋଇଛି। ଗ୍ଲେନମାର୍କ ଫାର୍ମାସୁଟିକାଲ୍ସ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଗ୍ଲେନମାର୍କ ଏକ ବିବୃତ୍ତିରେ କହିଛି ଫାଭିପିରାଭିର ଦ୍ଵାରା ସାମାନ୍ୟ ଓ ମଧ୍ୟମ କରୋନା ରୋଗୀମାନେ ନିୟମିତ ଚିକିତ୍ସା ହେଉଥିବା ରୋଗୀଙ୍କ ତୁଳନାରେ ଶୀଘ୍ର ସୁସ୍ଥ ହେଉଛନ୍ତି। ଫାବିଫ୍ଲୁ ଗ୍ରହଣ କରୁଥିବା ରୋଗୀମାନେ ପ୍ରାୟ ୨୯ ପ୍ରତିଶତ ଦ୍ରୁତ ଗତିରେ ଭୂତାଣୁ ମୁକ୍ତ ହେଉଛନ୍ତି। ପ୍ରାୟ ୧୫୦ଜଣ ସାମାନ୍ୟ ମଧ୍ୟମ ରୋଗୀଙ୍କ ଉପରେ ଏହି ପରୀକ୍ଷା କରାଯାଇଥିଲା। ଫଳାଫଳ ସକାରତ୍ମକ ଆସିଛି। ଗ୍ଲେନମାର୍କ ଫାଭିପିରାଭିର କ୍ଲିନିକାଲ ଟ୍ରାଏଲରେ ରୋଗୀମାନେ ଫାଭିପିରାଭିର ଟାବଲେଟଗୁଡିକୁ ସର୍ବାଧିକ ୧୪ ଦିନ ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ସହାୟକ ଚିକିତ୍ସା ସହିତ ଗ୍ରହଣ କରିଥିଲେ। ସାମାନ୍ୟ (୯୦ ରୋଗୀ) ଓ ମଧ୍ୟମ (୬୦ ରୋଗୀ)ଙ୍କୁ ରୋଗର ଗମ୍ଭୀରତାକୁ ଆଧାର କରି ସ୍ତରଭୁକ୍ତ କରାଯାଇଥିଲା। ପରୀକ୍ଷା ପରେ ଏହାର ଫଳାଫଳ ସକାରତ୍ମକ ହୋଇଥିବା ବେଳେ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ।

ସୂଚନାଯୋଗ୍ୟ ଗତ ଜୁନ ମାସରେ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଜରୁରୀକାଳୀନ ବ୍ୟବହାର ପାଇଁ ଏହି ଔଷଧକୁ ଅନୁମତି ଦେଇଥିଲେ। ଆଉ କୁହାଯାଇଥିଲା କେବଳ ଡାକ୍ତର ରୋଗୀଙ୍କୁ ଏହି ଔଷଧ ଦେଇପାରିବେ। ଔଷଧ ଦିଆଯିବା ପୂର୍ବରୁ ରୋଗୀଙ୍କୁ ତାଙ୍କର ଲିଖିତ ଅନୁମତି ନେବାକୁ ହେବ। କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଲାଗି ଏହି ଔଷଧର ଉପଯୋଗିତା ସଂପର୍କରେ ସୀମିତ ତଥ୍ୟ ଥିବାରୁ ଡିସିଜିଆଇ ଏହି ଗାଇଡଲାଇନ ଜାରି କରିଥିଲା।

ମତାମତ ଦିଅନ୍ତୁ ।