କରୋନା ରୋଗୀଙ୍କୁ ମାଗଣା ସେବା ଦେବାକୁ ଶିକ୍ଷକ ହେଲେ ଅଟୋ ଚାଳକ

0

ନୂଆଦିଲ୍ଲୀ : କରୋନା ରୋଗୀଙ୍କ ସହାୟତା କରିବା ପାଇଁ ମୁମ୍ବାଇର ଜଣେ ଶିକ୍ଷକ ଦତ୍ତାତ୍ରୟ ସାୱନ୍ତ ସାଜିଛନ୍ତି ଅଟୋ ଚାଳକ। ପିପିଇ କିଟ ପିନ୍ଧି ଯୋଗାଉଛନ୍ତି ମାଗଣା ସେବା। ରୋଗୀଙ୍କୁ ମାଗଣାରେ ହସ୍ପିଟାଲରୁ ଘରକୁ କିମ୍ବା ଘରୁ ହସ୍ପିଟାଲ ନେବା ଆଣିବା କରୁଛନ୍ତି।

ଦତ୍ତାତ୍ରୟଙ୍କ କହିଛନ୍ତି ଦେଶ ଏବେ ଖରାପସ୍ଥିତି ଦେଇ ଗତି କରୁଛି। ଯେପର୍ଯ୍ୟନ୍ତ ଏହି ମହାମାରୀ ଅଛି ସେ ଯାଏ ମୁଁ ମାଗଣା ସେବା ଯୋଗାଇ ଚାଲିଥିବି। ସେ କହିଛନ୍ତି ମୁଁ ପେସାରେ ଜଣେ ଶିକ୍ଷକ। ଜ୍ଞାନସାଗର ବିଦ୍ୟା ମନ୍ଦିର ସ୍କୁଲରେ ଇଂରାଜୀ ପାଠ ପଢ଼ାଏ। ଏ ପର୍ଯ୍ୟନ୍ତ ୨୬ଜଣ ରୋଗୀଙ୍କୁ ମାଗଣା ସେବା ଯୋଗାଇ ଆସୁଛି। ଏହି ସେବା ଯୋଗାଇବା ଦ୍ଵାରା ମନରେ ଏକ ଅଦ୍ଭୁତ ଆତ୍ମସନ୍ତୋଷ ମିଳୁଛି।

ସୂଚନାଯୋଗ୍ୟ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ରବିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୩,୯୨,୪୮୮ କରୋନା ସଂକ୍ରଏମଆଇଟି ହୋଇଥିବା ବେଳେ ୩,୬୮୯ ଜଣଙ୍କର ହୋଇଛି। ଏହାକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍ ସଂକ୍ରମଣ ମାମଲା ୧,୯୫,୫୭,୪୫୭ ଓ ମୃତ୍ୟୁସଂଖ୍ୟା ୨, ୧୫,୫୪୨ରେ ପହଞ୍ଚିଛି।

Leave A Reply

Your email address will not be published.