Breaking Newsରାଜ୍ୟ

କରୋନା ରୋକିବା ପାଇଁ ଛୋଟ ପିଲାଙ୍କୁ ଦିଆଯାଉଛି ସଲପ ମଦ

ମାଲକାନଗିରି : କରୋନାକୁ ରୋକିବ ସଲପ ରସରେ ପ୍ରସ୍ତୁତ ଦେଶୀ ମଦ। ଏଭଳି ମାନସିକତା ନେଇ ଛୋଟ ପିଲାମାନଙ୍କୁ ପିଇବାକୁ ଦିଆଯାଉଛି ସଲପ ମଦ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ୍ ଅନ୍ତର୍ଗତ ପାର୍ସନପାଲ୍ଲୀ ଗ୍ରାମରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ମାଲକାନଗିରିରେ କରୋନା ବ୍ୟାପୁଛି। ଏହି ଭାଇରସ କବଳରୁ ବର୍ତ୍ତିବା ପାଇଁ ସଲପ ମଦ ଏକମାତ୍ର ବିକଳ୍ପ। ଏହାକୁ ପିଇଲେ କରୋନା ପାଖ ମାଡ଼ିବ ନାହିଁ ବୋଲି ଗ୍ରାମବାସୀଙ୍କ ମନରେ ଧାରଣା ସୃଷ୍ଟି ରହିଛି। ସେଥିପାଇଁ ୧୦ରୁ ୧୨ ବର୍ଷ ବୟସ ମଧ୍ୟରେ ୫୦ରୁ ଅଧିକ ପିଲାଙ୍କୁ ଦିଆଯାଇଛି ସଲପ ମଦ। ଏହାକୁ ପିଇଲେ ପିଲାମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିବ ବୋଲି ଚର୍ଚ୍ଚା ହେଉଛି। ହେଲେ ଏହି ଦୃଶ୍ୟ ଏବେ ଭାଇରାଲ ହେଉଛି।

ମତାମତ ଦିଅନ୍ତୁ ।

Back to top button