କରୋନା ସମୟରେ ଭାରତକୁ ସହାୟତା ଯୋଗାଇବ ଆମେରିକା

ନୂଆଦିଲ୍ଲୀ : ଭାରତରେ କରୋନାକୁ ନେଇ ଦେଖାଦେଇଥିବା ସଂକଟ ସମୟରେ ଆମେରିକା ସହାୟତା ଯୋଗାଇଦେବ। ରାଷ୍ଟ୍ରପତି ଜୋ ବାଇଡେନ ଓ ଉପରାଷ୍ଟ୍ରପତି କମଲା ହାରିସ ଭାରତକୁ ଗତକାଲି ଅଶ୍ୱାସନା ଦେଇଥିଲେ। ଆଜି ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ୩୧୮ଟି ଅକ୍ସିଜେନ୍‌ କନ୍‌ସେନ୍‌ଟ୍ରେଟର୍‌ ପଠାଇଛି। ଆମେରିକାସ୍ଥିତ ଜେଏଫ୍‌କେ ଏୟାର୍‌ପୋର୍ଟରେ ଏୟାର୍‌ ଇଣ୍ଡିଆର ଏକ ବିମାନରେ ଏଗୁଡ଼ିକୁ ବୋଝେଇ କରି ଅଣାଯାଉଛି।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଟୁଇଟ୍‌ କରି କହିଥିଲେ ମହାମାରୀର ପ୍ରାରମ୍ଭିକ କାଳରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇଯାଇଥିଲା। ସେହି ସମୟରେ ଭାରତ ସହାୟତା ପଠାଇଥିଲା। ଠିକ ସେହିପରି ଭାରତକୁ ଆମେ ସହାୟକ ହେବାକୁ ପ୍ରତିବଦ୍ଧ।

ଉପରାଷ୍ଟ୍ରପତି କମଳା ହାରିସ୍‌ କହିଛନ୍ତି କୋଭିଡ୍‌-୧୯ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି। ତୁରନ୍ତ ଅତିରିକ୍ତ ସହାୟତା ଓ ସାମଗ୍ରୀ ଯୋଗଣ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ସହାୟତା ଯୋଗାଇଦେବା ସହ ଭାରତର ସାହସୀ ସ୍ୱାସ୍ଥ୍ୟସେବା କର୍ମୀଙ୍କ ସମେତ ଭାରତବାସୀଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।

Leave a Reply

Your email address will not be published. Required fields are marked *

Back to top button