କରୋନା ସଂକ୍ରମିତ ବଢ଼ିବା ସହିତ ଦେଶରେ ସୁସ୍ଥ ହାର ଅଧିକ ରହିଛି : ହର୍ଷ ବର୍ଦ୍ଧନ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ହାର ବଢ଼ିବା ସହିତ ସୁସ୍ଥତା ହାର ଅଧିକ ରହିଛି। ଏହା କହିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ସେ କହିଛନ୍ତି ମେ’ ୧ରୁ ଆରମ୍ଭ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ କୋଟି କୋଟି ଲୋକ ପଞ୍ଜିକରଣ କରିଛନ୍ତି।

ଦେଶରେ କରୋନା ଜନିତ ମହାମାରୀ ବ୍ୟାପିବା ଦିନରୁ ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩ ଲକ୍ଷ ୭୯ ହଜାର ଅତିକ୍ରମ କରି ରେକର୍ଡ ସୃଷ୍ଟି କରିଛି। କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ଗୁରୁବାର ତଥ୍ୟ ଅନୁଯାୟୀ ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୭୯,୨୫୭ କରୋନା ସଂକ୍ରମିତ ହୋଇଥିବା ବେଳେ ୩,୬୪୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଭାରତରେ କୋଭିଡ୍‌ ସଂକ୍ରମଣ ମାମଲା ୧,୮୩,୭୬,୫୨୪ ହୋଇଥିବା ବେଳେ ମୃତ୍ୟୁସଂଖ୍ୟା ୨, ୦୪,୮୩୨ରେ ପହଞ୍ଚିଛି। ସେହିପରି ସମୁଦାୟ ୧,୫୦,୮୬,୮୭୮ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.