କରୋନା ଟେଷ୍ଟିଂ ଅବଧି ୩୦ ଏପ୍ରିଲ ଯାଏ ବଢିଲା

0

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାର ଟେଷ୍ଟିଂ ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ସେଥିପାଇଁ ଜିଲ୍ଲା ଦାୟିତ୍ୱରେ ୬ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି। ଟେଷ୍ଟିଂ ଅବଧି ମାର୍ଚ୍ଚ ପରିବର୍ତ୍ତେ ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

ଶ୍ରୀ ମହାପାତ୍ର କହିଛନ୍ତି କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିଥିଲେ ହେଁ ଓଡ଼ିଶାରେ ନିୟନ୍ତ୍ରଣାଧୀନ ଅଛି। ସେଥିପାଇଁ ୫ ରାଜ୍ୟରୁ ଆସୁଥିବା ଲୋକଙ୍କର ଏୟାରପୋର୍ଟ ଓ ଷ୍ଟେସନରେ ଯାଞ୍ଚ ହେଉଛି। ଲକ୍ଷଣ ଥିଲେ ଟେଷ୍ଟ କରାଯାଉଛି। ଜିଲ୍ଲାମାନଙ୍କରେ ମଧ୍ୟ ଟେଷ୍ଟିଂ ବଢ଼ାଇବାକୁ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.