କରୋନା ଟିକା ନେଲେ ବିୟର ଓ ଆଇସକ୍ରିମ୍ ମାଗଣା

0

ନୂଆଦିଲ୍ଲୀ : କମ୍ପାନୀ ସେମାନଙ୍କ ସାମଗ୍ରୀ ବିକ୍ରି ପାଇଁ ପୂଜା-ପର୍ବାଣିରେ ଗ୍ରାହକଙ୍କୁ ଅଫର ଦିଅନ୍ତି। ଏବେ କରୋନା ଟିକା ପାଇଁ ଦିଆଯାଉଛି ଅଫର। ନିକଟରେ ଗୁଜୁରାଟରେ ଏଭଳି ଦେଖିବାକୁ ମିଳିଥିଲା। କିନ୍ତୁ ଖବର ଅନୁଯାୟୀ ସାମୁଏଲ୍ ଆଡମ୍ସ ବିୟର ନାମକ ଏକ କମ୍ପାନୀ ଆମେରିକାର ଓହିୟୋରେ କରୋନା ଟିକା ବଦଳରେ ବିୟର ଅଫର୍ ରଖିଛି। ଏଥିପାଇଁ କରୋନା ଟିକା ନେଇଥିବା ପ୍ରମାଣପତ୍ର ଦେବାକୁ ପଡିବ ବୋଲି କମ୍ପାନୀ ସର୍ତ୍ତ ରଖିଛି। ଏହି ପ୍ରମାଣପତ୍ର ଦେଲେ ମିଳିବ ମାଗଣାରେ ବିୟର।

କରୋନା ମହାମାରୀକୁ ହଟାଇବା ପାଇଁ ଭାରତ ସମେତ ବିଶ୍ୱର ଅନେକ ଦେଶ ଉଦ୍ୟମ ଜାରି ରଖିଛନ୍ତି। ଟିକା ଅଭିଯାନକୁ ଆଗକୁ ବଢାଇବା ପାଇଁ ଚାଲିଛି ପ୍ରଚେଷ୍ଟା। କିନ୍ତୁ କିଛି ଲୋକ ଟିକା ନେବା ପାଇଁ ଅରାଜି ହେଉଛନ୍ତି। ଏଭଳି ପରିସ୍ଥିତିରେ ଆମେରିକାରେ ଏକ ଘରୋଇ କମ୍ପାନୀ ଟିକା ନେବା ବଦଳରେ ବିୟର ଓ ଗଞ୍ଜେଇ ଦେବା ସ୍କିମ୍ ଆରମ୍ଭ କରିଛି।

ୟୁଏସ୍ ଟୁଡେର ରିପୋର୍ଟ ଅନୁଯାୟୀ କମ୍ପାନୀର ଏହି ଅଫର୍ସର ପ୍ରଭାବ ଟିକା କେନ୍ଦ୍ରରେ ଦେଖିବାକୁ ମିଳିଛି। ଟିକା ନେବାପାଇଁ ଲୋକମାନେ ଭିଡ ଲଗାଇଛନ୍ତି। କିଛି ସ୍ଥାନରେ ସ୍ଥାନୀୟ ପ୍ରଶାସନ ମଧ୍ୟ ଟିକା କେନ୍ଦ୍ରରେ ପହଞ୍ଚିବା ଲାଗି ଗାଡି ଭଡା ମାଗଣା ଅଫର ଦେଉଛନ୍ତି। ଏହାଛଡା ଅନେକ ଘରୋଇ କମ୍ପାନୀ ନିଜ କର୍ମଚାରୀଙ୍କୁ ଛୁଟି ଦେଉଛନ୍ତି। ହେଲେ ଚୀନର କିଛି ସହରରେ ଟିକା ନେବା ବାଧ୍ୟତାମୂଳକ କରାଯାଇଥିବା ବେଳେ ରାଜଧାନୀ ବେଜିଂର ଅନେକ ଟିକା କେନ୍ଦ୍ରରେ ଭ୍ୟାକସିନ୍ ଫ୍ରି ଆଇସକ୍ରିମ୍ ଅଫର ଦିଆଯାଉଛି।

Leave A Reply

Your email address will not be published.