କରୋନା ଟିକା ନେଲେ ନାକଫୁଲ ଓ ହ୍ୟାଣ୍ଡ ବ୍ଲେଣ୍ଡର ଉପହାର

ରାଜକୋଟ : ଦେଶରେ କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ବଢି ଚାଲଇଥିବାରୁ ଏହା ଏବେ ଚିନ୍ତାର ବିଷୟ ହୋଇଛି। କେତେକ ରାଜ୍ୟରେ ସ୍ଥିତି ବିଗିଡିବାକୁ ଆରମ୍ଭ କଲାଣି। ତେଣୁ ଟିକାକରଣ ଉପରେ ଗୁରୁତ୍ଵ ଦିଆଯାଉଛି। ଏହାକୁ ବ୍ୟାପକ କରିବା ପାଇଁ ଗୁଜରାଟରେ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି ରାଜକୋଟରେ ସ୍ଵର୍ଣ୍ଣକାର ସମ୍ପ୍ରଦାୟ। କରୋନା ତିକା ନେବାପରେ ମହିଳାଙ୍କୁ ସୁନା ନାକ ଫୁଲ ଓ ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଉପହାର ଦେଉଛନ୍ତି। ଏହାକୁ ପାଇ ଲୋକେ ଖୁସି ହେଉଥିବା ଟିକା ନେବାପାଇଁ ଆଗ୍ରହ ପ୍ରକାଶ କରୁଥିବା ଦେଖାଉଛନ୍ତି।

ରାଜକୋଟରେ ଉପହାର ଘୋଷଣା ପରେ ଟିକା ନେବାକୁ ଲୋକଙ୍କ ଭିଡ ଯମୁଚି। ସେଥିପାଇଁ ଲାଗିଛି। ସ୍ଵର୍ଣ୍ଣକାର ସମ୍ପ୍ରଦାୟ ଉପହାର ଦେବାକୁ ଅଲଗା ସେଟଅପ କରିଛନ୍ତି। ଟିକା ନେଇ ବାହାରକୁ ଆସିବା ପରେ ଲୋକଙ୍କୁ ସ୍ୱାଗତ କରି ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଓ ମହିଳାଙ୍କୁ ନାକ ଫୁଲ ଉପହାର ଦେଇଛନ୍ତି।

ଗୁଜରାଟରେ କରୋନାର ଦ୍ୱିତୀୟ ଲହରରେ ପୂର୍ବ ଅପେକ୍ଷା ଅଧିକ ସଂକ୍ରମଣ ଓ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଶନିବାର ୨୮୧୫ ନୂଆ ମାମଲା ଆସିଥିବା ବେଳେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଯାହାକି ଗତ ୧୧୩ ଦିନରେ ସର୍ବାଧିକ। ଅହମଦାବାଦ, ସୁରଟ, ବଡୋଦରା ଓ ରାଜକୋଟ ଆଦି ଜିଲ୍ଲାରେ କରୋନା ପ୍ରଭାବ ଅଧିକ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button