କରୋନା ଟିକା ପାଇଁ ଓଡ଼ିଶାରେ କାରଖାନା କରିବ ଭାରତ ବାୟୋଟେକ୍‌

ଭୁବନେଶ୍ୱର : ଓଡ଼ିଶାରେ ହେବ କରୋନା ଟିକା ଉତ୍ପାଦନ। ଭାରତ ବାୟୋଟେକ୍‌ ଇଣ୍ଟରନ୍ୟାସନାଲ ଲିଃ ଭୁବନେଶ୍ଵର ଉପକଣ୍ଠସ୍ଥ ଅନ୍ଧାରୁଆରେ ଏକ ଟିକା ପ୍ରସ୍ତୁତିକରଣ କାରଖାନା କରିବ। ଏହି କାରଖାନା ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିପାଇଁ ଭାରତ ବାୟ‌ୋଟେକ୍ ୩୦୦ କୋଟି ଟଙ୍କାର ପୁଂଜି ନିବେଶ କରିବ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି।

ମତାମତ ଦିଅନ୍ତୁ ।