କରୋନା ଟିକାକରଣରେ କୋଟିର ଦୁର୍ନୀତି : ସୁପ୍ରିମକୋର୍ଟରେ ଅଭିଯୋଗ

ନୂଆଦିଲ୍ଲୀ : କରୋନା କରୋନା ଟିକାକରଣରେ ଦିର୍ନୀତି ଅଭିଯୋଗ ନେଇ ସୁପ୍ରିମକୋର୍ଟରେ ଯାଚିକା ଦାଖଲ ହୋଇଛି। ଏଥିରେ ୩୨ ହଜାର କୋଟିର ଦୁର୍ନୀତି ହୋଇଥିବା ଦର୍ଶଯାଇଛି।

ଦେଶରେ ଚାଲିିଥିବା କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଅଭିଯୋଗମାନ ଦାଖଲ ହୋଇଛି। ଏନେଇ ହାଇକୋର୍ଟରେ ଶୁଣାଣି ଜାରି ରହିଛି। ଟିକାକରଣରେ ୩୨ ହଜାର କୋଟିର ଦୁର୍ନୀତି ହୋଇଥିବା ସୁପ୍ରିିମକୋର୍ଟରେ ଅଭିଯୋଗ ଦାଖଲ ହେବା ପରେ ଏହା ଏବେ ଚର୍ଚ୍ଚାର ପରିସରକୁ ଆସିଛି।

ସୁପ୍ରିମକୋର୍ଟରେ ଓକିଲ ଦୀପକ ଆନନ୍ଦ ମସିହ ଦାଖଲ କରିଥିବା ଯାଚିକାରେ କେବଳ ଦୁର୍ନୀତି କଥା କୁହାଯାଇନାହିଁ। ଏଥିସହ କରୋନାରୁ ବଞ୍ଚିବା ପାଇଁ ସରକାର ଜାରି କରୁଥିବା ବିଭିନ୍ନ ନିୟମ ଉପରେ ମଧ୍ୟ ପ୍ରଶ୍ନ ଉଠାଯାଇଛି। ଅଭିଯୋଗକାରୀ କହିଛନ୍ତି ବିଶ୍ୱର ପଶ୍ଚିମଦେଶମାନେ କରୋନା ଟିକା ପ୍ରସ୍ତୁତ କରିବା ପରେ ଏହାର ମୂଲ୍ୟ ୧୫୦-୨୦୦ ଟଙ୍କା ଭିତରେ ରହିଛି। କିନ୍ତୁ ଭାରତରେ ଟିକାର ମୂଲ୍ୟ କେମିତି ୬୦୦ ଟଙ୍କା ହେଲା ? ସେହିପରି ଦେଶରେ ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ୮୦ କୋଟି ଲୋକଙ୍କୁ ଟିକା ଦିଆଯିବ। ଏହାକୁ ହିସାବ କଲେ ୩୨ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button