କରୋନାକୁ ହରାଇବା ପାଇଁ ବିନା ମାସ୍କରେ ମନ୍ତ୍ରୀଙ୍କ ଦେବୀ ପୂଜା

0

ଭୋପାଳ : ଦେଶରେ କରୋନା ଭୂତାଣୁର ଦ୍ଵିତୀୟ ଲହର ଚିନ୍ତା ବଢାଇଛି। ସଂକ୍ରମଣ ବଢୁଥିବାରୁ କେତେକ ରାଜ୍ୟରେ ସ୍ଥିତି ଅଣାୟତ୍ତ ଆଡକୁ ମୁହାଁଉଛି। ବଢି ଚାଲିଛି ମୃତ୍ୟୁ ସଂଖ୍ୟା। ସଂକ୍ରମଣ ରୋକିବା ପାଇଁ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା ଲାଗୁ କରିଛନ୍ତି। ଏଭଳି ପରିସ୍ଥିତିରେ କରୋନାକୁ ହରାଇବା ପାଇଁ ମଧ୍ୟପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଉଷା ଠାକୁର ବିମାନବନ୍ଦରରେ ବିନା ମାସ୍କରେ ଦେବୀ ପୂଜା କରୁଥିବା ଦେଖିବାକୁ ମିଳିଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଉଷା ଠାକୁର ଇନ୍ଦୋର ବିମାନବନ୍ଦରରେ ବିନା ମାସ୍କରେ ଦେବୀ ପୂଜା କରୁଥିବାର ଫଟୋ ଓ ଭିଡିଓ ନଜରକୁ ଆସିଛି। ଇନ୍ଦୋରର ମହୁ ସିଟ୍‌ର ବିଧାୟକ ଉଷା ବିମାନବନ୍ଦରର ନିର୍ଦ୍ଦେଶକ ଓ ଅନ୍ୟ କର୍ମଚାରୀଙ୍କ ସହ ମିଶି ଦେବୀ ପୂଜା କରିଛନ୍ତି। ସମାଲୋଚକ କହୁଛନ୍ତି ଉଷା ଠାକରୁ କେବେ ମାସ୍କ ପିନ୍ଧନ୍ତି ନାହିଁ। ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ ହେବରୁ ସେ କହିଛନ୍ତି ସବୁ ବେଳେ ହୋମ ଓ ହୁନୁମାନ ଚାଳିଷା ପାଠ କରୁଥିବାରୁ ମାସ୍କ ପିନ୍ଧିବା ଆବଶ୍ୟକ ପଡ଼ୁନି। ପୂର୍ବରୁ ଉଷା କହିଥିଲେ ଗାଈ ଗୋବରରୁ ପ୍ରସ୍ତୁତ ଘସିରେ ହୋମ କଲେ ଘର ୧୨ ଘଣ୍ଟା ପିବିତ୍ର ରହିଥାଏ।

କେବଳ ଉଷା ନୁହଁନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଗୋ କରୋନା ଗୋ କରୋନା କହି କରୋନାକୁ ଘଉଡ଼ାଉଥିବାର ଭିଡିଓ ଭାଇରାଲ୍‌ ହୋଇଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ହୋଇଥିଲା ଜୋରଦାର ଚର୍ଚ୍ଚା। ତେବେ କରୋନାକୁ ହରାଇବା ପାଇଁ ଉଷା ଠାକୁର ଦେବୀ ପୂଜା କରୁଥିବା ବେଳେ ଦେଶର ଯେଉଁ ୧୦ ଜିଲ୍ଲାରେ ୮୪ ପ୍ରତିଶତରୁ ଅଧିକ କରୋନା ମାମଲା ରହିଥିବା ତାଲିକାରେ ମଧ୍ୟପ୍ରଦେଶ ନାଁ ରହିଛି।

Leave A Reply

Your email address will not be published.