କରୋନାର ତୃତୀୟ ଲହର ୯୮ ଦିନ ଦେଖାଇବ ପ୍ରକୋପ

ନୂଆଦିଲ୍ଲୀ : ମହମାରୀ କରୋନାର ଦ୍ୱିତୀୟ ଲହରର କିଛି ମାସ ପରେ ସମ୍ଭାବ୍ୟ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ କିଛି ରାଜ୍ୟ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କିନ୍ତୁ ତୃତୀୟ ଲହର ଦେଶରେ ୯୮ ଦିନ ଯାଏ ତା’ର ପ୍ରକୋପ ଦେଖାଇପାରେ ବୋଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ରିପୋର୍ଟରେ କୁହଯାଇଛି।

ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଇକୋୱାର୍ପ ଅନ୍ତର୍ଜାତୀୟ ଅଭିଜ୍ଞତାକୁ ବିଚାରକୁ ନେଇ ରିପୋର୍ଟରେ ଆକଳନ କରିଛି। ଏଥିରେ କୁହାଯାଇଛି କରୋନାର ଦ୍ୱିତୀୟ ଲହର ଠାରୁ ତୃତୀୟ ଲହର ଅଧିକ ପ୍ରଭାବ ଦେଖାଇବ। ଆମେ ଅଧିକ ସତର୍କତା ଅବଲମ୍ବନ କଳେ ମୃତ୍ୟୁସଂଖ୍ୟାକୁ କିଛିଟା ହ୍ରାସ କରିପାରିବା।ବିଭିନ୍ନ ଦେଶରେ କରୋନା ତୃତୀୟ ଲହର ସମୟସୀମା ୯୮ ଦିନ ଥିବାବେଳେ ଦ୍ୱିତୀୟ ଲହର ଅବଧି ୧୦୮ ଦିନ ରହିଛି। ତେଣୁ ଭାରତରେ କରୋନାର ତୃତୀୟ ଲହର ୯୮ ଦିନ ଯାଏ ଅନୁଭବ ହୋଇପାରେ। ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର ପିକ୍‌ ୧.୮ ଗୁଣ ଓ ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ପିକ୍‌ ୫.୨ ଗୁଣ ରହିବ ଅଧିକ। ଭାରତରେ ଦ୍ୱିତୀୟ ଲହର ପିକ୍‌ ୪.୨ ଗୁଣ ରହିଥିଲା ବୋଲି ରିପୋର୍ଟରେ କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button