କରୋନାରେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣଙ୍କ ପରଲୋକ

ମୁମ୍ବାଇ : ପ୍ରସିଦ୍ଧ ସଙ୍ଗୀତ ନିର୍ଦେଶକ ଯୋଡ଼ି ‘ନଦୀମ-ଶ୍ରବଣ’ଙ୍କ ମଧ୍ୟରୁ ଶ୍ରବଣ ରାଠୋର୍‌ଙ୍କର ଗୁରୁବାର ସନ୍ଧ୍ୟାରେ ମୁମ୍ବାଇର ଏସ୍‌.ଏଲ୍‌. ରାହେଜା ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କର ଏକାଧିକ ଶାରୀରିକ ସମସ୍ୟା ଥିଲେ ମଧ୍ୟ ନିକଟରେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କୁ ଭେଣ୍ଟିଲେଟର୍‌ ସହାୟତାରେ ରଖାଯାଇଥିଲା।

ରାହେଜା ହସ୍ପିଟାଲ୍‌ର ଡାକ୍ତର କୀର୍ତ୍ତି ଭୂଷଣ କହିଛନ୍ତି କୋଭିଡ୍‌-୧୯ ଯୋଗୁଁ ଶ୍ରବଣଙ୍କ ବହୁ ଅଙ୍ଗପ୍ରତ୍ୟଙ୍ଗ ଅକାମୀ ହୋଇ କାର୍ଡିଓମାୟୋପାଥି କାରଣରୁ ମୃତ୍ୟୁ ଘଟିଛି। ମୃତ୍ୟୁ ଖବର ପାଇ ଅନ୍ୟମାନଙ୍କ ସମେତ ସଙ୍ଗୀତ ନିର୍ଦେଶକ ନଦୀମ୍‌ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି। ଶ୍ରବଣଙ୍କ ପୁତ୍ର ସଞ୍ଜୀବ ରାଠୋର୍‌ ମଧ୍ୟ କୋଭିଡ୍‌ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button