କାଶରୁ ଜଣାପଡିବ କରୋନାର ଲକ୍ଷଣ

0

ମହାମାରୀ କରୋନାର ଦ୍ଵିତୀୟ ଲହର ଏବେ ଭୟର ବାତାବରଣ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କରୋନା ଠାରୁ ନିଜକୁ ଦୂରରେ ରଖିବା ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତାକୁ ଗୁରୁତ୍ଵ ଦେବା ଜରୁରୀ ହୋଇପଡିଛି। ଆବଶ୍ୟକ ନଥିଲେ ବାହାରକୁ ଯାଆନ୍ତୁ ନାହିଁ। ଘରେ ରହି ନିଜକୁ ସୁରକ୍ଷିତ ରଖନ୍ତୁ। ଆମେ ଏଠାରେ କରୋନା ସମ୍ପର୍କରେ କିଛି ସୂଚନା ଦେଉଛୁ। କାଶ ଓ ଥଣ୍ଡାରୁ କରୋନା ଲକ୍ଷଣ ଜାଣିବା ସହଜ ନୁହେଁ। କିନ୍ତୁ ଯଦି ଆପଣଙ୍କ କାଶରେ ଏସବୁ ଲକ୍ଷଣ ଦେଖାଦିଏ ତେବେ ସାବଧାନତା ଅବଲମ୍ବନ କରନ୍ତୁ।

୧- ଶୁଖିଲା କାଶ କରୋନାର ଏକ ସାଧାରଣ ଲକ୍ଷଣ। ୫୯ରୁ ୮୨ ପ୍ରତିଶତ କରୋନା ରୋଗୀଙ୍କୁ ଆରମ୍ଭରୁ ଶୁଖିଲା କାଶ ହେଉଛି। ତେଣୁ ଏପରି ହେଉଥିଲେ ତୁରନ୍ତ ପରୀକ୍ଷା କରାଇବା ଉଚିତ।

୨- ଆପଣଙ୍କର ଲଗାତର କାଶ ହେଉଥିଲେ ଏହା କରୋନାର ଲକ୍ଷଣ ହୋଇପାରେ। କାଶ ହେବା ଦ୍ଵାରା ଗଳାରେ ଏୟାରୱେଜ୍ ପ୍ରଭାବିତ ହୋଇଥାଏ।

୩- କାଶ ସହିତ ନିଃଶ୍ଵାସ ନେବାରେ ଅସୁବିଧା କରୋନାର ଲକ୍ଷଣ ହୋଇପାରେ। କାରଣ ଏହା କୋଣସି ସିଜନାଲ ଫ୍ଲୁର ଲକ୍ଷଣ ନୁହେଁ ବରଂ କରୋନାର ଲକ୍ଷଣ।

୪- ଯଦି ଶୁଖିଲା କାଶ, ଜ୍ଵର, ଥକ୍କାପଣ ଓ ତଣ୍ଟିବ୍ୟଥା ହୋଇଥାଏ ତେବେ ଏହା କରୋନାର ଲକ୍ଷଣ ହୋଇପାରେ। ତେଣୁ ଅବହେଳା କରିବା ଅନୁଚିତ।

୫- ସାଧାରଣତଃ ଥଣ୍ଡା ହେଲେ ନାକ ଜାମ ହୋଇଯିବାରୁ ଗନ୍ଧବାରି ହୁଏ ନାହିଁ। ଏହା ମଧ୍ୟ କରୋନାର ଏକ ଲକ୍ଷଣ। ଯଦି ଉପରୋକ୍ତ ଲକ୍ଷଣ ଗୁଡିକ ଆପଣଙ୍କ ଶରୀରରେ ଦେଖାଯାଉଛି ତେବେ ସଚେତନ ହୁଅନ୍ତୁ। ଥଣ୍ଡା ଜ୍ଵରକୁ ସାମାନ୍ୟ ମନେନକରି ତୁରନ୍ତ କରୋନା ଟେଷ୍ଟ କରାଇନେବା ଆବଶ୍ୟକ।

Leave A Reply

Your email address will not be published.