କଶ୍ମୀରରେ ସରପଞ୍ଚଙ୍କୁ ହତ୍ୟାକଲେ ଆତଙ୍କବାଦୀ

ଶ୍ରୀନଗର : ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା କାଜିଗୁଣ୍ଡ ବ୍ଲକର ୱେସୁ ଗାଁରେ ଜଣେ ବିଜେପି ସରପଞ୍ଚଙ୍କୁ ଆତଙ୍କବାଦୀମାନେ ଗୁଳି ମାରି ହତ୍ୟା କରିଛନ୍ତି। ନିହତ ସରପଞ୍ଚଙ୍କ ନାଁ ସାଜଦ ଅହମଦ୍ ଖାଣ୍ଡେ। ୪୮ ଭିତରେ ଜମ୍ମୁ ଓ କଶ୍ମୀରରେ ଏହା ହେଉଛି ଦ୍ଵିତୀୟ ଆକ୍ରମଣ। ଗତ ୪ ତାରିଖ ସନ୍ଧ୍ୟାରେ ଅଖ୍ରାନ୍ କାଜିଗୁଣ୍ଡରେ ବିଜେପି ସରପଞ୍ଚ ଅରିଫ୍ ଅହମଦ୍‌ଙ୍କୁ ଆତଙ୍କବାଦୀମାନେ ଗୁଳିମାରି ସାଙ୍ଘାତିକ ଆହତ କରିଥିଲେ। ଏହାବ୍ୟତୀତ ବିଜେପି ନେତା ୱାସିମ୍ ବାରି ଓ କଂଗ୍ରେସ ସରପଞ୍ଚ ଅଜୟ ପଣ୍ଡିତଙ୍କୁ ଜୁନ୍ ଓ ଜୁଲାଇ ମାସରେ ଆତଙ୍କବାଦୀମାନେ ହତ୍ୟା କରିଥିଲେ।

ମତାମତ ଦିଅନ୍ତୁ ।