କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

0

କଟକ : କଟକ ଶିଶୁଭବନରେ ଆଜି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ତୁରନ୍ତ ନିଆଁକୁ ଆୟତ୍ତ କରିଥିବାରୁ କୌଣସି କ୍ଷୟକ୍ଷତି ହୋଇନାହିଁ। ତେବେ ନିଆଁ ଲାଗିବାର ସଠିକ କାରଣ ଜଣାପଡିନଥିଲେ ହେଁ ବିଦ୍ୟୁତ ସର୍ଟ ସର୍କିରୁ ଏପରି ଘଟିଥିବା ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ୨୦୧୫ରେ ନିଆଁ ଲାଗିଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ନିଆଁ ୱାର୍ଡର ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୀଥିଲା। ଯାହାଫଳରେ ୱାର୍ଡରେ ଥିବା ସମସ୍ତ ଶିଶୁମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରିବାକୁ ପଡିଥିଲା। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇ ଯାଇଥିଲା।

Leave A Reply

Your email address will not be published.