କଟକଣା ନମାନିଲେ କାର୍ଯ୍ୟାନୁଷ୍ଠାନ : ପୋଲିସ କମିସନର

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ଵର ଓ କଟକ ସହରରେ ଶନିବାର ସକାଳୁ ୫ରୁ ଆରମ୍ଭ ହେଉଛି ସପ୍ତାହାନ୍ତ ସଟଡାଉନ। ସୋମବାର ସକାଳ ଯାଏ ଏହି କଟକଣା ବଳବତ୍ତର ରହିବ। କିନ୍ତୁ ଶନି ଓ ରବିବାର ସକାଳ ୫ଟାରୁ ୬ଟା ମର୍ଣ୍ଣିଂ ୱାକ୍‌ ପାଇଁ କଟକଣା କୋହଳ ହୋଇଛି। ହେଲେ ସଟଡାଉନ୍‌କୁ କଡ଼ାକଡ଼ି ଲାଗୁ କରିବାକୁ ପୋଲିସ ପ୍ରସ୍ତୁତ ବୋଲି ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିସନର କହିଛନ୍ତି କଟକ ଓ ଭୁବନେଶ୍ଵର ନାଗରିକମାନଙ୍କୁ ଆଜି ରାତିଠାରୁ ସପ୍ତାହନ୍ତ ସଟଡାଉନକୁ ପାଳନ କରି ପୋଲିସ ସହଯୋଗ କରନ୍ତୁ। ଆମେ ସବୁ ବେଳେ କହିଛୁ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କର୍ଫ୍ୟୁ ପୂର୍ବରୁ ଖୋଲାଥିବା ଦେକାନ ବଜାରଗୁଡ଼ିକୁ ବନ୍ଦ କରୁଛୁ। ଜନସାଧାରଣଙ୍କୁ ଅନୁରୋଧ କରୁଛୁ ସେମାନେ ପୋଲିସକୁ ସହଯୋଗ କରନ୍ତୁ। କଟକରେ ୧୨ ପ୍ଲାଟୁନ୍‌ ଓ ଭୁବନେଶ୍ଵରରେ ୨୦ ପ୍ଲାଟୁନ ପୋଲିସ କାର୍ଯ୍ୟରତ ଅଛନ୍ତି। ସେହିପରି ଭୁବନେଶ୍ଵରରେ ୧୫୦ ଓ କଟକରେ ୧୦୦ ଜଣ ପୋଲିସ ଅଧିକାରୀ କାମ କରୁଛନ୍ତି। କଟକରେ ୨୫ଟି ଓ ଭୁବନେଶ୍ଵରରେ ୪୩ଟି ସ୍ଥାନରେ ଚେକିଂ କଡ଼ାକଡ଼ି କରାଯାଉଛି। ଆଇନ ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ଚେତାଇ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button