କଟକରେ ୩ ତାରିଖରୁ ୨ଟା ପରେ ଦୋକାନ ବଜାର ବନ୍ଦ

କଟକ : ଆସନ୍ତା ସୋମବାରଠାରୁ କଟକ ସହରରେ ଦିନ ୨ଟା ପରେ ସବୁ ଦୋକାନ ବଜାର ବନ୍ଦ ରହିବ। ଏହି କଟକଣା ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ରହିବ। କେବଳ ଔଷଧ ଦୋକାନକୁ ଏଥିରୁ ବାଦ ଦିଆଯାଇଛି। ଏହି ସମୟରେ ଲୋଡିଂ/ଅନଲୋଡିଂ ଛାଡ଼ି ମାଲଗୋଦାମ ଓ ଛତ୍ରବଜାରରେ କାରବାର ବନ୍ଦ ରହିବ ବୋଲି ନିଷ୍ପତ୍ତି ହୋଇଥିବା ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି।

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ରୋକିବା ଲାଗି ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି। ଏଥିରେ ସହଯୋଗ କରିଛି ବ୍ୟବସାୟୀ ସଂଘ। ଦୋକାନ ବଜାରରେ ଗହଳି ଯୋଗୁ ସଂକ୍ରମଣ ଅଧିକ ବ୍ୟାପୁଥିବା କୁହାଯାଉଥିବାରୁ ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ସଂଘ ଗୁଡିକ ଦୋକାନ ବଜାର ଖୋଲିବା ଓ ବନ୍ଦ କରିବା ସମୟ ଧାର୍ଯ୍ୟ କରିଛନ୍ତି। ଏହିକ୍ରମରେ ଗଞ୍ଜାମ ଜିଲ୍ଲା, ପୁରୀ ସହର, ସମ୍ବଲପୁର ଓ କଳାହାଣ୍ଡି ବଣିକ ସଂଘ ପକ୍ଷରୁ ସକାଳୁ ଅପରାହ୍ନ ୨ଟା ଯାଏ ଦୋକାନବଜାର ଖୋଲା ରହିବ ବୋଲି ଘୋଷଣା କରିସାରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button