କଟକରୁ ୩୫ କରୋନା ଆକ୍ରାନ୍ତ ଚିହ୍ନଟ

କଟକ : କଟକ ସହରରୁ ଆଜି ୩୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୬ ସରକାରୀ କ୍ୱାରେଣ୍ଟାଇନ୍‌ରୁ, ୨୬ ହୋମ୍‌ କ୍ୱାରେଣ୍ଟାଇନ ଓ ୩ ସ୍ଥାନୀୟ ଅଞ୍ଚଳର। କଟକ ମହାନଗର ନିଗମ ଏହି ସୂଚନା ଦେଇଛି।
ଶନିବାରର ତଥ୍ୟ ଅନୁଯାୟୀ ରାଉସାପାଟଣାରୁ ଚିହ୍ନଟ ହୋଇଛନ୍ତି ୨୧ ଆକ୍ରାନ୍ତ। ସେହିପରି ସିଡିଏ-୬ରୁ ଜଣେ, ଏସ୍‌ସିବି ଆଇସୋଲେସନ୍‌ ଓ୍ୱାର୍ଡରୁ ୩ ମହିଳା, କାଳୀଗଳିରୁ ୩ ଓ ବାଲୁବଜାରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା କଟକ ସହରରୁ ୬୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୭୩ ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଏବେ ୩୩୩ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମତାମତ ଦିଅନ୍ତୁ ।