କଥା ରଖିଲେ ସୋନୁ ସୁଦ୍ : ଆଦିବାସୀ ଛାତ୍ରୀଙ୍କ ପାଇଁ ପଠାଇଲେ ସାଇକେଲ୍

ମୁମ୍ବାଇ : ବଲିଉଡ ଅଭିନେତା ସୋନୁ ସୁଦ୍ ଲକଡାଉନ୍ ସମୟରୁ ଲୋକଙ୍କୁ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ ମିଡ଼ିଆରେ ସବୁଲେଳେ ଆକ୍ଟିଭ୍ ରହୁଥିବା ସୋନୁଙ୍କୁ ଯିଏ ସାହାଯ୍ୟ ମାଗୁଛି ତାଙ୍କୁ ସହାୟତାର ହାତ ବଢାଉଛନ୍ତି। ନିକଟରେ ଆଦିବାସୀ ସମ୍ପ୍ରଦାୟର ଛାତ୍ରୀମାନେ ସ୍କୁଲ ଯିବା ସମସ୍ୟା ସମ୍ପର୍କରେ ଜଣେ ବ୍ୟକ୍ତି ତାଙ୍କୁ ଅବଗତ କରିବା ସହିତ ସାଇକେଲ୍ ଦେବା ପାଇଁ ଅନୁରୋଧ କରିଥିଲେ। ଶୋନୁ ସାଇକେଲ୍ ଦେବେ ବୋଲି ଦେଇଥିଲେ ପ୍ରତିଶ୍ରୁତି। କହିଥିଲେ ଛାତ୍ରୀଙ୍କ ଭବିଷ୍ୟତ ଗଥିବାକୁ ପାଠ ପଢିବା ନିହାତି ଆବଶ୍ୟକ। ସୋନୁ ତାଙ୍କ କଥା ରଖି ଗାଁର ସମସ୍ତ ଛାତ୍ରୀ ପାଇଁ ସାଇକେଲ୍ ପଠାଇଛନ୍ତି। ସେଥିପାଇଁ ସୋସିଆଲ୍ ମିଡ଼ିଆରେ ଫଟୋ ସେୟାର କରି ଛାତ୍ରୀମାନେ ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଉ ତାଙ୍କୁ ନିଜର ଭଗବାନ ବୋଲି କହିଛନ୍ତି।

କେବଳ ସେତିକି ନୁହେଁ ଉତ୍ତର ପ୍ରଦେଶ ସୋନଭଦ୍ରା ନିକଟସ୍ଥ ମିର୍ଜାପୁରର ବହରି ଗାଁର ସନ୍ତୋଷ ଚୌହାନ ମଧ୍ୟ ଟ୍ୱିଟର ଜରିଆରେ ସୋନୁଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋନୁ ନିଜେ ଟ୍ୱିଟ୍ କରି କହିଛନ୍ତି। କିଛି ଦିନ ପୂର୍ବରୁ ସନ୍ତୋଷ ଚୌହାନ କହିଥିଲେ ଗାଁର ୩୫ ଛାତ୍ରୀଙ୍କୁ ପଢିବା ପାଇଁ ୮ରୁ ୧୫ କିମି ଜଙ୍ଗଲ ରାସ୍ତା ଦେଇ ଯିବାକୁ ପଡିଥାଏ। କିଛି ଛାତ୍ରୀଙ୍କ ପାଖରେ ସାଇକେଲ୍ ଅଛି। ସେହି ଅଞ୍ଚଳ ନକ୍ସଲ୍ ପ୍ରଭାବିତ ହୋଇଥିବାରୁ ଭୟରେ ଘରଲୋକ ଝିଅଙ୍କୁ ପଢିବାକୁ ଛାଡ଼ୁନାହାନ୍ତି। ସାଇକେଲ୍ ବ୍ୟବସ୍ଥା ହେଲେ ଛାତ୍ରୀମାନେ ପଢି ନିଜ ଭବିଷ୍ୟତ ଗଢ଼ିପାରିବେ। ସନ୍ତୋଷଙ୍କ ଟ୍ୱିଟ ପରେ ସୋନୁ ଜବାବ ଦେଇଥିଲେ ଗାଁର ପ୍ରତ୍ୟେକ ଝିଅ ପାଖରେ ସାଇକେଲ୍ ପହଞ୍ଚିଯିବ ଓ ପ୍ରତ୍ୟେକ ଝିଅ ପାଠ ପଢିବେ।

ମତାମତ ଦିଅନ୍ତୁ ।