କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍‌ଙ୍କୁ କରୋନା

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଛି। ସେହିପରି କେନ୍ଦ୍ର କୃଷି ରାଜ୍ୟ ମନ୍ତ୍ରୀ କୈଳାଶ ଚନ୍ଦ୍ର ଚୌଧୁରୀ କରୋନାରେ ଆକ୍ରାନ୍ତ ହୋଇ ଯୋଧପୁରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇଛି। ତେବେ ଦୁଇ କେନ୍ଦ୍ରମନ୍ତ୍ରୀ କୌଣସି ସୂଚନା ଦେଇ ନାହାନ୍ତି।

ମତାମତ ଦିଅନ୍ତୁ ।