କେନ୍ଦ୍ରାପଡ଼ା : ବସ ଧକ୍କାରେ ଯୁବକ ମୃତ, ଉତ୍ତ୍ୟକ୍ତ ଲୋକେ ବସ ଜାଳିଦେଲେ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ମାର୍ଶାଘାଇ ନିକଟସ୍ଥ ୫ ନମ୍ବର ଜାତୀୟ ରାଜପଥ ଉପରେ ଆଜି ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ମୃତ୍ୟୁ ଘଟିଛି। ଏହା ପରେ ଉତ୍ତ୍ୟକ୍ତ ଲୋକମାନେ ରାସ୍ତାରୋକ କରିବା ସହିତ ଦୁର୍ଘଟଣା ଘଟାଇଥିବା ବସକୁ ଜାଳିଦେଇଛନ୍ତି।

ଖବର ଅନୁଯାୟୀ କୋଲକତାରୁ ପାରାଦୀପ ଆଡକୁ ଆସୁଥିବା ଯାତ୍ରୀବାହୀ ବସ ଏନଏଚ-୫ ହଳଦିଆଗଡ଼ା ରାଧାଘାଟିଠାରେ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବକ ହଳଦିଆଗଡ଼ାର ବିକାଶ ନାୟକ ବୋଲି ଜଣାପଡ଼ିଛି। ଏ ଖବର ପାଇ ଶହ ଶହ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇଦେଇ ନିଆଁ ଲଗାଇ ଦେଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଛନ୍ତି। ମୃତ ଯୁବକ ତାଙ୍କ ପରିବାରର ଏକମାତ୍ର ରୋଜଗାରକ୍ଷମ ଥିବାରୁ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଲୋକେ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।