କେନ୍ଦ୍ରାପଡା : ପାଣି ପାଇଁ ରାସ୍ତା ଅବରୋଧ

ମହାକାଳପଡା : ରାଜ୍ୟରେ ତାତି ବଢିବା ବିଭିନ୍ନ ସ୍ଥାନରେ ଜଳକଷ୍ଟ ଅନୁଭୂତ ହେଲାଣି। ଲୋକଙ୍କୁ ପିଇବା ପାଣି ମିଳୁନି। ଏହି ସମସ୍ୟା ପାଇଁ କେନ୍ଦ୍ରାପଡା ଜିଲ୍ଲା ରାଜଗଡ ପଞ୍ଚାୟତ ଗୟାସପୁର ସ୍ଵାଇଁସାହିର ଶତାଧିକ ମହିଳା ଗରା-ମାଠିଆ ଧରି ରାସ୍ତାରେ ବସିଛନ୍ତି। ଯାହାଫଳରେ ଓରତ-କେନ୍ଦ୍ରାପଡା ମୁଖ୍ୟ ରାସ୍ତା ଅବରୋଧ ହୋଇଛି।

ଖବର ଅନୁଯାୟୀ ରାଜଗଡ ପଞ୍ଚାୟତ ଗୟାସପୁର ସ୍ଵାଇଁସାହିରେ ପାନୀୟ ଜଳର ଘୋର ସମସ୍ୟା ଦେଖାଦେଇଛି। ପିଇବା ପାଇଁ ପାଣି ନାହିଁ। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଯାହାଫଳରେ ସେମାନେ ବାଧ୍ୟହୋଇ ରାସ୍ତାରୋକ କରିଛନ୍ତି। ମହିଳାମାନେ ଓରତ-କେନ୍ଦ୍ରାପଡା ମୁଖ୍ୟ ରାସ୍ତା ଅବରୋଧ କରିବାରୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button