କେନ୍ଦୁପତ୍ର ତୋଳାଳିକୁ ହାତୀ ଦଳିଦେଲା

ରେଢାଖୋଲ : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ବସାଲଇ ଗାଁରେ ଅଘଟଣ। କେନ୍ଦୁପତ୍ର ତୋଳିବାକୁ ଯାଇଥିବା ବିରଞ୍ଚି ବାଦୀଙ୍କର ହାତୀ ଆକ୍ରମଣରେ ଜୀବନ ଯାଇଛି।
ଖବର ଅନୁଯାୟୀ ଗତକଲିଠାରୁ କେନ୍ଦୁପତ୍ର ଗୁଛା କାଟିବା ପାଇଁ ଯାଇଥିବା ବିରଞ୍ଚି ଆଉ ଘରକୁ ଫେରିନଥିଲେ। ଆଜି ସକାଳେ ପରିବାର ଲୋକେ ଖୋଜାଖୋଜି କରିବାରୁ ପାଖ ଜଙ୍ଗଲରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ହାତୀ ଆକ୍ରମଣରେ ବିରଞ୍ଚି ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।