ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ୨ ଡାକ୍ତରଙ୍କୁ ଆକ୍ରମଣ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩ଜଣ ଯୁବକ ଆତଙ୍କରାଜ ସୃଷ୍ଟି କରିବା ସହ ଦୁଇଜଣ ଡାକ୍ତରଙ୍କୁ ଆକ୍ରମଣ କରିଛନ୍ତି। ସିସିଟିଭି ଫୁଟେଜରୁ ଆକ୍ରମଣକାରୀ ଯୁବକଙ୍କୁ ଚିହ୍ନଟ କରାଯାଇଛି।

ଖବର ଅନୁଯାୟୀ ଗୁରୁବାର ଅପରାହ୍ଣରେ ସରଦାପୁରର ସେକ୍ ଅମିନ୍ ନାମକ ଜଣେ ବ୍ୟକ୍ତି ହାତରେ ଏକ ପିଭିସି ପାଇପ୍ ଧରି ସର୍ଜରୀ ୱାର୍ଡ ଭିତରକୁ ପଶିଥିଲେ। ଲୋକଙ୍କୁ ଭୟଭୀତ କରିବା ସହ ୱାର୍ଡରେ କାର୍ଯ୍ୟରତ ଦୁଇଜଣ ଡାକ୍ତର ଶ୍ୟାମା ପ୍ରସନ୍ନ ମିତ୍ର ଓ ଶୁଭ୍ରାଂଶୁ କୁମାର ସାହୁଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ଏହାଦେଖି ୱାର୍ଡର ନିରାପତ୍ତା କର୍ମଚାରୀ, ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଭୟଭୀତ ହୋଇଯାଇଥିଲେ। ଏହି ଘଟଣା ନେଇ ଡାକ୍ତର ଶ୍ରୀ ମିତ୍ର ଓ ସାହୁ ହସ୍ପିଟାଲର ଅଧିକ୍ଷକ ରଘୁନାଥ ନାୟକଙ୍କୁ ଲିଖିତ ଅଭିଯୋଗ କରିବା ପରେ ଅଧିକ୍ଷକ ଟାଉନ୍ ଥାନାରେ ଏତଲା ଦେଇଛନ୍ତି।

ମତାମତ ଦିଅନ୍ତୁ ।