ଖୋର୍ଦ୍ଧା : ମଦ ଜବତ, ୬ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ କରାଯାଇ ୪୩ ଲିଟର ଦେଶୀମଦ, ପୋଚ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ କରିବା ୬ଜଣ ଗିରଫ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ବୁଧବାର ଖୋର୍ଦ୍ଧା ରେଂଜ୍ ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ବୋଲଗଡ଼, ବେଗୁନିଆ ସାମନ୍ତରାପୁର, କଂଟାବାଡ଼, ଆରିକମା, ଧଳାପଥର, ଏକଡାଳିଆ ଓ କୁଁଆରପୁରରେ ଚଢ଼ଉ ହୋଇଥିଲା। ଏହି ଚଢ଼ଉ ସମୟରେ ୩୩ଲିଟର ଦେଶୀ ମଦ, ୪.୮୦୦ଲିଟର ପୋଚ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହି ମାମଲାରେ ବେଗୁନିଆ ସାମନ୍ତରାପୁରରୁ ଜିତେନ୍ଦ୍ର ପ୍ରଧାନ, ବେଗୁନିଆ କଂଟାବାଡ଼ରୁ ଦୀପକ ପାଣିଗ୍ରାହୀ, ବୋଲଗଡ଼ ଆରିକମାରୁ ଭିକାରୀ ସ୍ୱାଇଁ, ବେଗୁନିଆ ଧଳାପଥରରୁ ପ୍ରଫୁଲ୍ଲ କୁମାର ସାହୁ, ବୋଲଗଡ଼ ମଙ୍ଗରାଜପୁରରୁ କୁମର ବେହେରା ଓ ବୋଲଗଡ଼ କଁଅରପୁରରୁ ପରମାନନ୍ଦ ନାୟକଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button