ଖୁଡିକୁ ଟାଙ୍ଗିଆରେ ହାଣି ପୁତୁରାର ଆତ୍ମହତ୍ୟା

ଜଗତସିଂହପୁର : ପାରିବାରିକ ଗଣ୍ଡଗୋଳରୁ ଏକସୁଧା ଗାଁ’ରେ ହତ୍ୟାକାଣ୍ଡ। ଖୁଡିକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପୁତୁରା ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ସଦର ଥାନା ଅନ୍ତର୍ଗତ ଏକସୁଧା ଗାଁର ପ୍ରଶାନ୍ତ ଜେନା ଓ ବଡ଼ ଭାଇଙ୍କ ମଧ୍ୟରେ ପାରିବାରିକ ବିବାଦ ରହିଥିଲା। ଆଜି ସକାଳେ ଏହା ଉଗ୍ର ରୂପ ନେଇଥିଲା। ପ୍ରଶାନ୍ତଙ୍କ ପତ୍ନୀ ଲିପ୍‌ସାଙ୍କୁ ପୁତୁରା ଦେବୀପ୍ରସାଦ ଟାଙ୍ଗିଆରେ ଆକ୍ରମଣ କରିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାର କିଛି ସମୟ ପରେ ଦେବୀଙ୍କ ଝୁଲନ୍ତା ମୃତଦେହ ଗାଁଠାରୁ ଅଳ୍ପ ଦୂରରେ ଦେଖିବାକୁ ମିଳିଥିଲା। ଦେବୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ଦୁଇଟି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *

Back to top button