Breaking Newsରାଜ୍ୟ

କିସରେ ପଢ଼ିବେ କନ୍ଧମାଳ ମାଟ୍ରିକ୍‍ ଟପ୍‍ପର

ଭୁବନେଶ୍ୱର : କିସରେ ପଢ଼ିବେ କନ୍ଧମାଳ ଜିଲ୍ଲାର ମାଟ୍ରିକ୍‍ ଟପ୍‍ପର ମୀନାକ୍ଷୀ ମଲ୍ଲିକ। ମାଟ୍ରିକ୍‍ ପରୀକ୍ଷାରେ ସେ ସର୍ବାଧିକ ୯୨.୬ ପ୍ରତିଶତ ନମ୍ବର ରଖି କନ୍ଧମାଳ ଜିଲ୍ଲା ଟପ୍ପର ହୋଇଛନ୍ତି। ଜିଲ୍ଲାର ତୁମୁଡ଼ିବନ୍ଧ ସରକାରୀ ଅନୁସୂଚୀତ ଜାତି ଓ ଜନଜାତି ବାଳିକା ବିଦାଳୟର ଛାତ୍ରୀ ମୀନାକ୍ଷୀଙ୍କ ସଫଳତାର ଖବର ଜାଣିବା ପରେ କିଟ ଓ କିସ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମୀନାକ୍ଷୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଝିଅର ସଫଳତା ପାଇଁ ପିତା ରାଜୀବ ଲୋଚନ ମଲ୍ଲିକ ଓ ମାତା ନିଳନ୍ତି ମଲ୍ଲିକଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ସାମନ୍ତ।

ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କିସ କର୍ତ୍ତୃପକ୍ଷ ମୀନାକ୍ଷୀଙ୍କୁ କିସରେ ପାଠ ପଢ଼ାଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିରେ ମୀନାକ୍ଷୀ ଓ ତାଙ୍କ ପରିବାର ମଧ୍ୟ ସମ୍ମତି ପ୍ରକାଶ କରିଛନ୍ତି। ସେ କିସରେ ଯୁକ୍ତ ଦୁଇ ବିଜ୍ଞାନରେ ଭଲ କଲେ କିଟ୍ ବିଶ୍ୱବିଦାଳୟରେ ଇଂଜିନିୟରିଂ ଓ ମେଡିକାଲ ଆଦି ଯାହା ଚାହିଁବେ ବିନା ଦେୟରେ ପଢ଼ିପାରିବେ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଛନ୍ତି। ଅପରପକ୍ଷରେ କିସରେ ପଢ଼ିବା ପାଇଁ ସୁଯୋଗ ମିଳିଥିବାରୁ ମୀନାକ୍ଷୀ ଓ ତାଙ୍କ ପରିବାର କିସ କର୍ତ୍ତୃପକ୍ଷ ଓ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି।

ମତାମତ ଦିଅନ୍ତୁ ।

Back to top button