କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଆସିଲା

ନୂଆଦିଲ୍ଲୀ : କରୋନା ବିରୋଧରେ ଲଢିବା ପାଇଁ କୋଭାକ୍ସିନ ଟିକା ୮୧ ପ୍ରତିଶତ ପ୍ରଭାବଶାଳୀ। ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟରେ ଏହା କୁହାଯାଇଛି।

କୋଭାକ୍ସିନ ପ୍ରସ୍ତୁତ କରିଥିବା କମ୍ପାନି ଭାରତ ବାୟୋଟେକ୍ କହିଛି ଦେଶରେ ୨୫,୮୦୦ ଲୋକଙ୍କ ଉପରେ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା। ଯାହାକି ଆଇସିଏମଆର ସହ ମିଳିତ ଭାବେ ସବୁଠାରୁ ବଡ଼ ପରୀକ୍ଷଣ। ଯେତେବେଳେ ପ୍ରଥମେ ଜରୁରୀକାଳିନ ବ୍ୟବହାର ପାଇଁ କୋଭାକ୍ସିନ ଟିକାକୁ ଅନୁମତି ମିଳିଥିଲା ସେତେବେଳେ ବିରୋଧୀଦଳମାନେ ପ୍ରଶ୍ନ ଉଠାଇଥିଲେ ଟ୍ରାଏଲରେ ଥିବା ଟିକାର ବ୍ୟବହାର ପାଇଁ ସରକାର କିପରି ଅନୁମତି ଦେଲେ। ଏବେ ଏହା ୮୧ ପ୍ରତିଶତ ପ୍ରଭାବଶାଳୀ ବୋଲି ଜଣାପଡ଼ିଛି।

କୋଭାକ୍ସିନ ସମ୍ପୂର୍ଣ୍ଣ ଭାବେ ସ୍ୱଦେଶୀ ଟିକା। ଭାରତ ବାୟୋଟେକ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଓ ଏନଆଇବି ସହିତ ମିଶି ଏହାକୁ ପ୍ରସ୍ତୁତ କରିଛନ୍ତି। ଜାନୁଆରି ମାସରେ କୋଭାକ୍ସିନ ଟିକାକୁ ନେଇ ଆସିଥିବା ରିପୋର୍ଟରେ କୁହାଯାଇଥିଲା ଇଂଲଣ୍ଡରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନ ଉପରେ ମଧ୍ୟ କୋଭାକ୍ସିନ ବେଶ୍ ପ୍ରଭାବଶାଳୀ। ସେହିପରି କୋଭାକ୍ସିନ୍ ଟିକା ପରୀକ୍ଷଣରେ ଭାଗ ନେଇଥିବା ୨୬ ଜଣ ଲୋକଙ୍କଠାରୁ ସଂଗୃହୀତ ରକ୍ତ ଉପରେ ରିଡକ୍ସନ ନ୍ୟୁଟ୍ରିଲାଇଜେସନ ଟେଷ୍ଟ କରାଯାଇଥିଲା। ଏଥିରୁ ସ୍ପଷ୍ଟ ହୋଇଥିଲା ବ୍ରିଟେନରେ ଦେଖାଦେଇଥିବା କରୋନାର ନୂଆ ଷ୍ଟ୍ରେନକୁ ଏହି ଟିକା ହରାଇପାରିବ।

Leave a Reply

Your email address will not be published. Required fields are marked *

Back to top button