କୋଭିଡ୍ ନିୟମ ଭାଙ୍ଗି ବର ସମେତ ୫ ବନ୍ଧାହେଲେ

ପଟ୍ଟାମୁଣ୍ଡାଇ : ବାହାଘରରେ କୋଭିଡ୍ ନିୟମ ଉଲ୍ଲଂଘନ। ଏଥିପାଇଁ ବର ସମେତ ୫ ଜଣଙ୍କୁ ପୋଲିସ ଗିରଫ କରିଛି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଞ୍ଚଳର ଜୁଆଣିଆରେ ଏହି ଘଟଣା ଘଟିଥିବା ଜଣାପଡିଛି।

ଖବର ଅନୁଯାୟୀ ଆଳି ଜୁଆଣିଆ ପଂଚାୟତର ଠିକାଦାର ହରେକୃଷ୍ଣ ଧଳଙ୍କର ଗତ ୨୫ ତାରିଖରେ ବିବାହ ହୋଇଥିଲା। ଏଥିପାଇଁ ପୋଲିସ ଠାରୁ ଅନୁମତି ନିଆଯାଇନଥିଲା। କିନ୍ତୁ ବିବାହରେ ଡିଜେ ଓ ବାଜା ବାଜିଥିଲା। ନାଚିଥିଲେ ବରଯାତ୍ରୀ। ଏହାପରେ ଜୁଆଣିଆ ପଞ୍ଚାୟତର ୫୦୦ଲୋକଙ୍କୁ ନେଇ ସେ ଏକ ସଭା କରିଥିଲେ। ଏଥିରେ ମଧ୍ୟ ସାମାଜିକ ଦୂରତ୍ୱ ନିୟମର ଉଲଂଘନ ହୋଇଥିଲା। ଏସବୁର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବର ସମେତ ୫ ଜଣ ବନ୍ଧା ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।