କୋଭିଡ୍ ଟିକା ଟେଣ୍ଡର : ପ୍ରାଇସ୍ ବିଡ୍‌ ୯ରେ ଖୋଲିବ

ଭୁବନେଶ୍ୱର : ରାଜ୍ୟ ସରକାର ୧୮ରୁ ୪୪ବର୍ଷ ବୟସ୍କଙ୍କୁ ମାଗଣା ଟିକାକରଣ ପାଇଁ ଗ୍ଲୋବାଲ ଟେଣ୍ଡର ଡାକିଥିଲେ। ଏହାର ପ୍ରାଇସ୍ ବିଡ୍ ଆସନ୍ତା ୯ତାରିଖରେ ଖୋଲାଯିବ। ୨ଟି ସଂସ୍ଥା ଟେଣ୍ଡରରେ ଅଂଶଗ୍ରହଣ କରିଥିବା ଜଣାପଡିଛି।

ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ୨ଟି ସଂସ୍ଥାର ଆବେଦନକୁ ଗ୍ରହଣ କରାଯାଇଛି। ଆବେଦନକାରୀ ସଂସ୍ଥାର ମୂଲ୍ୟାଙ୍କନ କରାଯାଉଛି। ସେହିପରି ମେଡିକାଲ ନିଗମର ସୂଚନା ଅନୁଯାୟୀ ଆସନ୍ତା ୯ତାରିଖ ପୂର୍ବାହ୍ନ ସାଢ଼େ ୧୧ଟାରେ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରାଇସ୍ ବିଡ୍ ଖୋଲିବ। ମିଳିଥିବା ଦୁଇଟି ସଂସ୍ଥାର ଆବେଦନକୁ ତର୍ଜମା କରାଯିବ। ସେମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ଟିକା ଦେଇପାରିବେ କି ନାହିଁ ଓ ଧାର୍ଯ୍ୟ କରିଥିବା ଦର ଆଦିକୁ ବିଚାରକୁ ନିଆଯାଇ ଚୂଡ଼ାନ୍ତ ଘୋଷଣା କରାଯିବ।

Leave a Reply

Your email address will not be published. Required fields are marked *

Back to top button