କୋଭିଡ କଟକଣା ନ ମାନିଲେ ଦୀପ ଜାଳିବା ବନ୍ଦ

0

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଶୈବପୀଠରେ ଆଜି କୋଭିଡ୍ କଟକଣା ମଧ୍ୟରେ ସାମାଜିକ ଦୂରତା ରକ୍ଷା କରି ମହାଶିବରାତ୍ରୀ ପାଇଁ ପୂଜାର୍ଚ୍ଚନା କରାଯାଉଛି।

ରାଜଧାନୀ ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକମାନେ ଧାଡ଼ି ବାନ୍ଧି ଯାଉଛନ୍ତି। ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ କେବଳ ଭିତରେ ସାମାଜିକ ଦୂରତା ରକ୍ଷା କରି ଦୀପ ଜାଳିବାକୁ ଅନୁମତି ଦିଆଯାଇଛି। ଯଦି କଟକଣା ନ ମାନି ଶ୍ରଦ୍ଧାଳୁମାନେ ଅତ୍ୟଧିକ ଗହଳି କରିବେ ତେବେ ଅନୁମତି ପ୍ରତ୍ୟାହାର କରାଯିବ। ମନ୍ଦିର ଭିତରେ ଦୀପ ଜାଳିବା ବନ୍ଦ ହୋଇପାରେ ବୋଲି ବିଏମ୍‌ସି ଅତିରିକ୍ତ କମିଶନର ଅବନୀ ପଟ୍ଟନାୟକ କହିଛନ୍ତି।

ସେହିପରି ଜିଲ୍ଲାପାଳ କହିଛନ୍ତି ଅଧିକ ଭିଡ଼ ହେଲେ ଯେତିକି ଲୋକ ଭିତରେ ଥିବେ ସେମାନେ ଦୀପ ଜାଳିବେ। ଅନ୍ୟମାନଙ୍କୁ ବାହାରେ ବସାଇବାକୁ ବ୍ୟବସ୍ଥା କରିବୁ। ଅନ୍ୟପକ୍ଷରେ ଶିବରାତ୍ରୀକୁ ନେଇ ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୩୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିବା ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି। ସହରରେ ଆଡିଶନାଲ ଡିସିପି ଓ ଏସିପି ରାଙ୍କର ଶହେରୁ ଊର୍ଦ୍ଧ୍ୱ ଅଫିସର ମୁତୟନ ହୋଇଥିବା ବେଳେ ଟ୍ରାଫିକ୍ ପାଇଁ କଟକଣା ଓ ପାର୍କିଂ ସ୍ଥଳ ଚିହ୍ନଟ କରାଯାଇଛି। ଦର୍ଶନ ବେଳେ କୋଭିଡ୍ ଗାଇଡଲାଇନ ମାନିବାକୁ ଅପିଲ୍ ସେ କରିଛନ୍ତି।

Leave A Reply

Your email address will not be published.