କୋଭିଡ୍ କଟକଣା ଉଲ୍ଲଙ୍ଘନ : ରାମ ମନ୍ଦିର କନଫରେନ୍ସ ହଲ୍ ସିଲ୍

ଭୁବନେଶ୍ୱର : କୋଭିଡ୍ କଟକଣା ଉଲ୍ଲଙ୍ଘନ କରି ଜନ୍ମଦିନ ପାର୍ଟି ଚାଲିଥିବାରୁ ଭୁବନେଶ୍ୱର ରାମ ମନ୍ଦିର କନଫରେନ୍ସ ହଲକୁ ସିଲ୍ କରିଛି ଭୁବନେଶ୍ୱର ମହାନଗର ନିଗମ।

ଖବର ଅନୁଯାୟୀ ଆଜି ବିଏମସିର ବିନା ଅନୁମତିରେ ରାମ ମନ୍ଦିର କନଫରେନ୍ସ ହଲରେ ଜନ୍ମଦିନ ପାର୍ଟି ଚାଲିଥିଲା। ଜୋନାଲୋ ଡେପୁଟୀ କମିଶନର (ସାଉଥ ଇଷ୍ଟ) ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମସିର ଏକ ଟିମ୍ ଚଢ଼ାଉ କରିଥିଲା। କନଫରେନ୍ସ ହଲକୁ ସିଲ କରାଯିବା ସହିତ ଆୟୋଜକଙ୍କଠାରୁ ୫ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଛି। ସେହିପରି କୋଭିଡ୍ କଟକଣା ଉଲ୍ଲଙ୍ଘନ ପାଇଁ ପଳାଶପଲ୍ଲୀ ଠାରେ ଥିବା ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ୍ ସିଲ୍ ହୋଇଛି।

Leave a Reply

Your email address will not be published. Required fields are marked *

Back to top button