କୋଭିଡ୍‌ କେୟାର୍ ଓ ଅସ୍ଥାୟୀ ମେଡିକାଲ୍ ସେଣ୍ଟର୍‌ ବନ୍ଦ ହେବ

ଭୁବନେଶ୍ଵର : ରାଜ୍ୟର ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି। ସେଥିପାଇଁ ଆବଶ୍ୟକ ସଂଖ୍ୟକ ରୋଗୀ ନଥିବାରୁ ରାଜ୍ୟରେ ଚାଲିଥିବା ଟେମ୍ପରାରି ମେଡିକାଲ୍ ସେଣ୍ଟର୍ (ଟିଏମସି)‌ ଓ କୋଭିଡ୍‌ କେୟାର୍ ହୋମ୍‌/ ସେଣ୍ଟର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି। ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି ସବୁ ଜିଲ୍ଲାପାଳ ଓ ମୁନିସ୍‌ପାଲ୍‌ କମିସନର୍‌ଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।

ସୋମବାର ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଯେଉଁ କୋଭିଡ୍‌ କେୟାର୍ ସେଣ୍ଟର୍‌ରେ ରୋଗୀ ହେଉ ନାହାନ୍ତି କିମ୍ବା କମ୍ ରୋଗୀ ହେଉଛନ୍ତି ସେଗୁଡ଼ିକୁ ବନ୍ଦ କର। ଏଥିରେ ନିୟୋଜିତ କର୍ମଚାରୀମାନଙ୍କୁ ପୁନଶ୍ଚ ସେମାନଙ୍କ ମୂଳ ପଦବୀକୁ ଫେରାଇ ଆଣିବାର ବ୍ୟବସ୍ଥା କରିବାକୁ କୁହାଯାଇଛି। କୋଭିଡ୍‌ କେୟାର୍ ହୋମ୍‌ରେ ନି‌ୟୋଜିତ ଥିବା ସ୍ଵାସ୍ଥ୍ୟକର୍ମୀମାନଙ୍କୁ ଜିଲ୍ଲାରେ ପୁନଃ ନିୟୋଜନ କରାଯାଉ। ସେଠାରେ ସେମାନଙ୍କ ସେବାର ଉପଯୁକ୍ତ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି। ଜିଲ୍ଲାପାଳମାନେ ବ୍ୟକ୍ତିଗତ ଭାବେ ଏଥିପ୍ରତି ଦୃଷ୍ଟି ଦେଇ ନିର୍ଦ୍ଧାରିତ ଫର୍ମାଟ୍‌ରେ ଦୈନିକ ସ୍ଵତନ୍ତ୍ର ରିଲିଫ୍ କମିସନର୍‌ଙ୍କୁ ଅବଗତ କରାଇବାକୁ ରହିଛି ନିର୍ଦ୍ଦେଶ। ଯଦି ଜରୁରୀଭିତ୍ତିରେ ଏଭଳି ସେଣ୍ଟର୍‌ ଆବଶ୍ୟକ ପଡେ ତାହେଲେ ସ୍ଵଳ୍ପକାଳୀନ ନୋଟିସ୍‌ରେ ପୁଣି ନିର୍ମାଣ କରିଦିଆଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

ମତାମତ ଦିଅନ୍ତୁ ।