କୋଭିଡ ମୃତ୍ୟୁ ନେଇ ଶ୍ୱେତପତ୍ର ପ୍ରକାଶ କରିବାକୁ ଦାବି

ଭୁବନେଶ୍ଵର : ରାଜ୍ୟରେ କୋଭିଡ଼ ସଂକ୍ରମିତ ମୃତ୍ୟୁ ସଂଖ୍ୟାର ତଦନ୍ତ କରି ପ୍ରକୃତ ତଥ୍ୟ ବାହାର କରି ଶ୍ୱେତପତ୍ର ପ୍ରକାଶ କରନ୍ତୁ। ନହେଲେ ପିତୃମାତୃହୀନ ଶିଶୁମାନେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ପାଇବାରୁ ବଂଚିତ ହେବେ ବୋଲି ବିଜେପି ଦାବି କରିଛି।

ଅନ୍ୟ ରାଜ୍ୟ ଭଳି ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ସାହାଯ୍ୟ ପ୍ରଦାନ କରନ୍ତୁ। କୋଭିଡରେ କ୍ଷତିଗ୍ରସ୍ତ ହୋଇଥିବା ଜନସାଧାରଣଙ୍କୁ ବା ପରିବାରକୁ ଅନୁକମ୍ପା ରାଶି ସାହାଯ୍ୟ କରିବାକୁ ଦାବି କରିଛୁ। ଆଜି ପର୍ୟ୍ୟନ୍ତ ଜଣକୁ କାହାକୁ ଏହି ଅନୁକମ୍ପା ରାଶି ପ୍ରଦାନ କରାଯାଇନାହିଁ। ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମି ଭୁଶୁଡି ଯାଇଛି। ଓଡିଶାରେ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆୟୁଷ୍ମାନ ଯୋଜନାକୁ ଲାଗୁ କରନ୍ତୁ। ଏହାଦ୍ୱାରା ସାଢେ ଚାରି କୋଟି ଲୋକ ଉପକୃତ ହୋଇପାରିବେ। ଏହି ତିନୋଟି ପ୍ରସଙ୍ଗରେ ବିଧାୟକ ଦଳ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝି ସୁଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.