କୋଭିଡ୍‌ ନିୟମ ଉଲଂଘନ : କଟକର ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟର ସିଲ୍‌

0

କଟକ : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ କଟକଣାକୁ କଡ଼ାକଡ଼ି କରାଯାଇଛି। ଅମାନିଆଙ୍କ ଆଦାୟ କରାଯାଉଛି ତଣ୍ଡ। ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ହେଉଛି କାର୍ଯ୍ୟାନୁଷ୍ଠାନ। ସେହି କ୍ରମରେ କଟକ ମହାନଗର ନିଗମ ଏନଫେର୍ସମେଣ୍ଟ ଟିମ୍ ଆଜି ୨ଟି ଡାଇଗ୍ନୋଷ୍ଟିକ୍ ସେଣ୍ଟରକୁ ସିଲ୍ କରିଛି।

ଗୁରୁବାର ଏନଫେର୍ସମେଣ୍ଟ ଟିମ୍ ଯାଞ୍ଚ୍ ସମୟରେ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଭିଡ଼ ସାଙ୍ଗକୁ କୋଭିଡ୍ ଗାଇଡଲାଇନ ଉଲ୍ଲଙ୍ଘନ ଦେଖିବାକୁ ମିଳିଥିଲା। ସେଥିପାଇଁ ଗୀତା ଡାଇଗ୍ନୋଷ୍ଟିକ ଓ ମା’ ଡାଇଗ୍ନୋଷ୍ଟିକ ସେଣ୍ଟରକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.