କୋଭିଡ୍ ନିୟମ ଉଲଂଘନ : ଆଦାୟ ହେଲା ୨ କୋଟି ୧୭ ଲକ୍ଷ ଜରିମାନା

ଭୁବନେଶ୍ଵର : ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଯୋଗୁ କୋଭିଡ୍‌ ନିୟମକୁ କଡାକଡି କରାଯାଇଛି। ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମନା ଆଦାୟ କରୁଛି କମିଶନରେଟ୍ ପୋଲିସ। ନିୟମ ଭାଙ୍ଗିଥିବା ୭୫ ହଜାର ୭୭ ଜଣଙ୍କ ଠାରୁ ୭ ଦିନରେ ଜରିମନା ଆଦାୟ ହୋଇଛି ୨ କୋଟି ୧୭ ଲକ୍ଷ ଟଙ୍କା।

ଖବର ଅନୁଯାୟୀ ମାସ୍କ ଓ ସାମାଜିକ ଦୂରତା ନିୟମ ଉଲଂଘନ କରିଥିବା ୯ହଜାର ୩୧ ଜଣ ଜରିମାନା ଦେଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ୍ ଏନଫୋର୍ସମେଣ୍ଟ ଡ୍ରାଇଭ୍ ୨୯ ଲକ୍ଷ ୪ ହଜାର ୫୦ ଟଙ୍କା ଜରିମନା ଆଦାୟ କରିଛି। ବର୍ତ୍ତମାନ ସମୟରେ ମାସ୍କ ପିନ୍ଧିବା କେତେ ଜରୁରୀ ସେ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଆଗକୁ ନିୟମ ଆହୁରି କଡାକଡି ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

Back to top button