କୋଭିଡ୍ ଟେଷ୍ଟ୍ କିଟ୍ ଫେଲୁଦା: ଅଧାଘଣ୍ଟାରେ ରିପୋର୍ଟ

ନୂଆଦିଲ୍ଲୀ : ଦେଶର ଖୁବ୍‌ଶୀଘ୍ର ଉପଲବ୍ଧ ହେବ ପ୍ରଥମ ସ୍ୱଦେଶୀ କୋଭିଡ୍ ଟେଷ୍ଟ କିଟ୍ ‘ଫେଲୁଦା’। କମ୍ ଖର୍ଚ୍ଚ ଓ ମାତ୍ର ଅଧଘଣ୍ଟାରେ ମିଳିପାରିବ ରିପୋର୍ଟ। ଟାଟା ଗ୍ରୁପ୍ ଓ ସିଏସ୍ଆଇଆର୍ ଦ୍ୱାରା ପ୍ରସ୍ତୁତ ଏହି ଟେଷ୍ଟ୍ କିଟ୍‌ର କମର୍ସିଆଲ୍ ଲଞ୍ଚ୍ ପାଇଁ ଡିସିଜିଆଇ ଅନୁମୋଦନ ମିଳିଛି। ଏହା ପାରମ୍ପରିକ ଆରଟି-ପିସିଆର ଟେଷ୍ଟ ଭଳି ସଠିକ୍ ଯାଞ୍ଚ କରୁଥିବା ପରୀକ୍ଷାରୁ ଜଣାପଡ଼ିଛି। ତେବେ ଆରଟି-ପିସିଆର ଟେଷ୍ଟର ଏକ ତୃତୀୟାଂଶ ଖର୍ଚ୍ଚରେ ଏହି ଟେଷ୍ଟ୍ ହୋଇପାରିବ। ଆରଟି-ପିସିଆର ଟେଷ୍ଟ୍ ପାଇଁ ପ୍ରାୟ ୫ ଘଣ୍ଟା ସମୟ ଲାଗୁଥିବା ବେଳେ ଏହି ପଦ୍ଧତିରେ ମାତ୍ର ଅଧଘଣ୍ଟା ଭିତରେ କୋଭିଡ୍ ହୋଇଛି କି ନାହିଁ ଜଣାପଡ଼ିଯିବ।

ମତାମତ ଦିଅନ୍ତୁ ।